କିଟ୍ ଛାତ୍ରୀ ତ୍ରିଷ୍ଣାଙ୍କୁ ମିସ୍‌ ଟିନ୍‌ ୟୁନିଭର୍‌ସ ମୁକୁଟ

ାା ପ୍ରଭାନୁ୍ୟଜ ।ା ଭୁବନେଶ୍ୱର:  ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍‌ ଟିନ୍‌ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି କିଟ୍ ଛାତ୍ରୀ  । କିଟ୍‌ ବିଶ୍ୱବିଦ୍ୟାଳୟ ଫେସନ୍‌ ସ୍କୁଲ୍‌ ଛାତ୍ରୀ ତି୍ରଷ୍ଣା ରାୟ ପ୍ରତିଯୋଗିତାରେ ବିଜୟୀ ହୋଇ ମିସ୍‌ ଟିନ୍‌ ୟୁନିଭର୍ସ ୨୦୨୪ ଟାଇଟଲ୍‌ ହାସଲ କରିଛନ୍ତି  ।  କିଟ୍‌ ଫେସନ୍‌ ଟେକ୍ନୋଲୋଜି ସ୍କୁଲ୍‌ର ଛାତ୍ରୀ ତି୍ରଷ୍ଣା ଏହି ଟାଇଟଲ୍‌ ହାସଲ କରି କିଟ୍‌ ତଥା ଓଡ଼ିଶା ଓ ଭାରତକୁ ଗୌରବ ଆଣି ଦେଇଛନ୍ତି  । ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା  । ଏହି ପ୍ରତିଯୋଗିତାରେ ସମଗ୍ର ବିଶ୍ୱରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ  । କର୍ଣ୍ଣେଲ୍‌ ଦିଲ୍ଲୀପ କୁମାର ରାୟ ଏବଂ ରାଜଶ୍ରୀଙ୍କ ଝିଅ ତି୍ରଷ୍ଣା ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରୟାସ କରିଆସୁଥିଲେ  । ତାଙ୍କର ଭିସା ସମସ୍ୟା ଯୋଗୁଁ ସେ ଗତବର୍ଷ କଲମ୍ବିଆ ଓ ଡୋମିନିକାନ୍‌ ରିପବ୍ଲିକ୍‌ରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରି ନଥିଲେ । କଠିନ ଅଧ୍ୟବସାୟ ଓ ନିଷ୍ଠା ପାଇଁ ସେ ଏହି ଅନ୍ତର୍ଜାତୀୟ ସଫଳତା ପାଇପାରିଛନ୍ତି । ତି୍ରଷ୍ଣାଙ୍କ ଏହି ସଫଳତାରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।