ଦେଶ ସ୍ୱାର୍ଥରେ ଅଟଳଜୀଙ୍କ ନୀତି : ଆଦର୍ଶ ପ୍ରେରଣା ହୋଇରହିବ : ଧର୍ମେନ୍ଦ୍ର

 ଭୁବନେଶ୍ୱର: ରାଷ୍ଟ୍ରବାଦୀ, ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତିତ୍ୱ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନୂଆଦିଲ୍ଲୀରେ ‘ସୈବ ଅଟଳ’ ସ୍ମୃତିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ଦେଶ ସ୍ୱାର୍ଥରେ ଅଟଳଜୀଙ୍କ ନୀତି ଆଦର୍ଶ ସବୁବେଳେ ପ୍ରେରଣା ହୋଇରହିବ  । ବିଜେପିର ପ୍ରତିଷ୍ଠାତା ସଦସ୍ୟ ଅଟଳଜୀ ଥିଲେ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ପ୍ରେରଣାର ସ୍ରୋତ  । ଯେତେବେଳେ ଦେଶର ରାଜନୈତିକ ନୈତିକତା, ରାଷ୍ଟ୍ର କଲ୍ୟାଣ ପ୍ରତି ସଠିକ୍ ନିଷ୍ଠା ଏବଂ ସିଦ୍ଧାନ୍ତ ଉପରେ ଚର୍ଚ୍ଚା ଆଲୋଚନା ହେବ, ସେତେବେଳେ ଶ୍ରଦେ୍ଧୟ ଅଟଳଜୀଙ୍କୁ ସ୍ମରଣ କରାଯିବ  । ତାଙ୍କର ବିଚାରରେ, ରାଷ୍ଟ୍ରର ପ୍ରଗତି ଏବଂ ସମୃଦ୍ଧି ସେବେ ସମ୍ଭବ ହେବ, ଯେତେବେଳେ ଆମେ ଆମର ଆଦର୍ଶ ସହ କେବେ ହେଲେ ସାଲିସ୍ କରିବା ନାହିଁ  । ପୋଖରାନ ପରମାଣୁ ପରୀକ୍ଷା ଏବଂ ସୁଦୃଢ଼ ଆର୍ଥିକ ନୀତି ତାଙ୍କର ଦୂରଦର୍ଶିତା ଏବଂ ସାହସର ପ୍ରତୀକ  । ବିଜେପିର ପ୍ରତିଷ୍ଠା ଠାରୁ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ସେ ସବୁବେଳେ ଜାତୀୟ ସ୍ୱାର୍ଥକୁ ସର୍ବୋପରି ରଖୁଥିଲେ  । ଆଜି ତାଙ୍କର ପୁଣ୍ୟତିଥିରେ ପୂଜ୍ୟ ଅଟଳଜୀଙ୍କ ସ୍ମୃତିମାନ ଆମ ସମସ୍ତଙ୍କ ମନରେ ଅମର ହୋଇ ରହିବ ବୋଲି ସେ କହିଛନ୍ତି  ।