ଚେତାବନୀ ଦେଲା ବାର୍ ସାରା ଦେଶରେ ଆନେ୍ଦାଳନ


 ନୂଆଦିଲ୍ଲୀ :  ଆହ୍ଲାବାଦ ବାର୍ ଆସୋସିଏସନ୍ଙ୍କ ଦାବିକୁ ନିଶ୍ଚିତ ରୂପେ ଅଗ୍ରାଧିକାର ଭିତ୍ତିରେ ବିଚାରକୁ ନିଆଯିବ । ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟ ବଦଳି କରାଗଲେ  ମଧ୍ୟ ତାଙ୍କୁ କୌଣସି ପ୍ରକାରର ନ୍ୟାୟପାଳିକା ଦାୟିତ୍ୱ ହସ୍ତାନ୍ତର କରାଯିବ ନାହିଁ । ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ଘରୁ ଟଙ୍କା ମିଳିବା ଘଟଣା ଏବଂ ତାଙ୍କୁ ପୁନଃ ଆହ୍ଲାବାଦ ହାଇକୋର୍ଟରେ ସ୍ଥାପିତ ନିଷ୍ପତ୍ତିକୁ ବିରୋଧ କରି ଆସୁଥିବା ଆହ୍ଲାବାଦ ବାର୍ ଆସୋସିଏସନ୍ ଆଜି ସିଜେଆଇ ସଞ୍ଜୀବ ଖନ୍ନାଙ୍କୁ ଭେଟିବା ପରେ ତାଙ୍କ ଠାରୁ ଏହି ପ୍ରତିଶ୍ରୁତି ମିଳିଛି । ଆହ୍ଲାବାଦ ହାଇକୋର୍ଟ ଅଧୀନସ୍ଥ ୬ଟି ବାର୍ ଆସୋସିଏସନ୍ ସଭାପତି ଆଜି ସିଜେଆଇଙ୍କୁ ଭେଟି ଏକ ପତ୍ରଯୋଗେ ନିଜର ଦାବି ଉପସ୍ଥାପନା କରିଥିବା ବେଳେ ସିଜେଆଇ ଖନ୍ନା ସଭାପତିମାନଙ୍କୁ ଉପରୋକ୍ତ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଆହ୍ଲାବାଦ ବାର୍ ଆସୋସିଏସନ୍ ସଭାପତି ଅନିଲ ତିୱାରୀ କହିଛନ୍ତି । ଏହାସହ ତାଙ୍କ ଦାବିକୁ ଯଦି ଅଣଦେଖା କରାଯାଏ, ତେବେ ଦେଶସାରା ସମସ୍ତ ହାଇକୋର୍ଟ ବାର୍ ଆସୋସିଏସନ୍ ସାମୁହିକ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ମାର୍ଚ୍ଚ ୧୪ରେ ଅଗ୍ନିକାଣ୍ଡ ସମୟରେ ତାଙ୍କ ବାସଭବନରୁ ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଏ ପର୍ଯ୍ୟନ୍ତ କାହିଁକି ଏଫ୍ଆଇଆର୍ ରୁଜୁ କରାଯାଇ ନାହିଁ ବୋଲି ସ୍ମାରକପତ୍ର ଜରିଆରେ ପ୍ରଶ୍ନ କରିଛି ଆହ୍ଲାବାଦ ବାର୍ ।ଦ୍ଭ ୭ ପୃଷ୍ଠାରେ...