ପତ୍ନୀହନ୍ତା ଦିପକର ସତ ଧରାପଡିଲା : ୨୦ଲକ୍ଷ ପାଇଁ କରଥିଲା ହତ୍ୟା

ଭୁବନେଶ୍ୱର : ୨୦ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଛି । ବିଧାନସଭାରେ ମୁଲତବି ବେଳେ ଆଲୋଚନା ବେଳେ ଏଭଳି କହିଛନ୍ତି ଆଇନ ମନ୍ତ୍ରୀ । ମହିଳା କନେଷ୍ଟବଳ ଶୁଭମିତ୍ରାଙ୍କ ହତ୍ୟା ମାମଲାର ତଦନ୍ତ ଏବେ ବି ଚାଲିଛି ଏହାକୁ ନେଇ ମନ୍ତବ୍ୟ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଅଭିଯୁକ୍ତ ଦୀପକ ରାଉତଠାରୁ ୨୦ଲକ୍ଷ ଟଙ୍କା ଦାବି କରିଥିଲେ ଶୁଭମିତ୍ରା । ଏହି ଟଙ୍କା ସେ ରୀତିନୀତି ହିସାବରେ ବିବାହ କରିବାକୁ ଦାବି କରିଥିଲେ । ଦୀପକ ତା’ର ପ୍ରତମ ପତ୍ନୀ ଅପଣ୍ଣାକୁ ମଧ୍ୟ ହତ୍ୟା କରିଥିଲା । ବୀମା ଅର୍ଥ ପାଇବ ା ପାଇଁ ହତ୍ୟା କରିଥିବା କଥା ଦୀପକ ପୋଲିସ୍ ଆଗରେ ମାନିଥିବା କଥା କହିଛନ୍ତି ଆଇନମନ୍ତ୍ରୀ । ୧୭ମାର୍ଚ୍ଚ ୨୦୨୨୨ରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଟ୍ରକ୍ ଦୁର୍ଘଟଣାରେ ମୃତ୍ୟ ହେଲା ବୋଲି ସେତେବେଳେ କୁହାଗଲା । ଯେଉଁ ଟ୍ରକ୍ ଦୁର୍ଘଟଣା କରିଥିଲା ବୋଲି କୁହାଗଲା ସେଦିନ ସେହି ଟ୍ରକ୍ ରାଉରକେଲାରେ ଥିଲା । ସେତେବେଳେ କାହା ସରକାର ଥିଲା , ସତକୁ ଲୁଚାଇବାକୁ କିଏ ଚେଷ୍ଟା କରିଥିଲା ?କାହା ଚାପରେ ଦୀପକକୁ ଖସାଇ ଦିଆଗଲା ? ଏଭଳି କହି ପୂର୍ବ ସରକାରଙ୍କ ଉପରକୁ ଆଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି । କିଏ ତେବେ ଏହାର ପ୍ରତିତ୍ତୋର କ’ଣ ରହିବ, ବିଜେଡି ଏହାକୁ କାଉଣ୍ଟର କରିବ କି ନାହିଁ? ପ୍ରକୃତରେ ଘଟଣାର ସତ୍ୟାସତ୍ୟ କ’ଣ ଏଭଳି ଅନେକ ପ୍ରଶ୍ନ ଏବେ ସମସ୍ୟା ପାଲଟିଛି ।