ଜମିପଟ୍ଟା ବଣ୍ଟିଲେ ଅପରାଜିତା
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ନିର୍ବାଚନ ମଣ୍ଡଳୀ ବାଲିଅନ୍ତା ତହସିଲ ଅଧୀନ ବିଭିନ୍ନ ପଞ୍ଚାୟତର ୨୫ ଭୂମିହୀନ ପରିବାର ଏବଂ ୩୧ଟି ବିଦ୍ୟାଳୟକୁ ପଟ୍ଟା ବଣ୍ଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେଥିମଧ୍ୟରେ ୨୫ଟି ପ୍ରାଥମିକ ଏବଂ ଅନ୍ୟ ୬ଟି ଉଚ୍ଚ ବିଦ୍ୟାଳୟ ରହିଛି । ଦୀର୍ଘ ବର୍ଷରୁ ଏହି ପରିବାର ଜମି ପଟ୍ଟାରୁ ବଞ୍ଚିତ ଥିଲେ । ସମସ୍ତେ ସରକାରୀ ଜମିରେ ରହୁଥିଲେ ମଧ୍ୟ କାହା ନିକଟରେ ଜମିର ମାଲିକାନା ନେଇ ପଟ୍ଟା ନଥିଲା । ଜମି ପଟ୍ଟା ଖଣ୍ଡିଏ ପାଇଁ ଏହି ଭୂମିହୀନ ପରିବାରଗୁଡ଼ିକ ଭୁବନେଶ୍ୱର ସାଂସଦଙ୍କୁ ବିଭିନ୍ନ ସମୟରେ ସାକ୍ଷାତ କରି ଗୁହାରି କରି ଆସୁଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଅନ୍ତା ତହସିଲଦାର ଉପସ୍ଥିତ ଥିଲେ ।