ନୂଆ ଡିଜିପିଙ୍କ ବିଷୟରେ ଜାଣନ୍ତୁ

NEW POLICE DGP

ନୂଆ ଡିଜିପିଙ୍କ ବିଷୟରେ ଜାଣନ୍ତୁ

୧୯୯୦ ବ୍ୟାଚର ଆଇପିଏସ୍‌ ଖୁରାନିଆ ହରିୟାନା ରାଜ୍ୟର ମୂଳବାସିନ୍ଦା ଅଟନ୍ତି  । ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲାର ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟ କରିଛନ୍ତି  । ପରେ ସେ ଡିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ (ବ୍ରହ୍ମପୁର) ରେ କାର୍ଯ୍ୟ କରିଥିଲେ  । ଏହାସହ  ସେ ଅତିରିକ୍ତ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱର କମିଶନରେଟ ଦାୟିତ୍ୱ ନେଇଥିଲେ  । ଏହାପରେ ସେ ଡିଆଇଜି ଭାବେ  ଉତ୍ତରାଞ୍ଚଳ (ସମ୍ବଲପୁର) ରେ କାର୍ଯ୍ୟ କରିଥିଲେ  । ସେହିପରି ଆଇ.ଜି.ପି (ଉତ୍ତରାଞ୍ଚଳ, ସମ୍ବଲପୁର), ଆଇ.ଜି.ପି (ଏସଏପି), ଆଇ.ଜି.ପି (ଅପରେସନ), ବିପିଏସପିଏ  ରେ ଆଇ.ଜି.ପି (ଟ୍ରେନିଂ), ଆଇ.ଜି.ପି (କ୍ରାଇମବ୍ରାଞ୍ଚ),  ଆଇ.ଜି.ପି (ଭିଜିଲାନ୍ସ) ଭାବେ କାର୍ଯ୍ୟ କରିଥିଲେ  । ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ), କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରୋଭିଜନିଙ୍ଗ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ  ।  ସେ ମଧ୍ୟ ପୋଲିସ କମିଶନର (ଭୁବନେଶ୍ୱର-କଟକ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ  । ପରେ ସେ କେନ୍ଦ୍ରକୁ ଡେପୁଟେସନରେ ଯାଇ ବିଏସଏଫର ବିଭିନ୍ନ ଉଚ୍ଚ ପଦପଦବୀରେ  ଅବସ୍ଥାପିତ ଥିଲେ  । ପରେ ୨୦୨୩ ମସିହା ଜୁନ ମାସରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ ନୂଆଦିଲ୍ଲୀ ସ୍ଥିତ ବିଏସଫ ମୁଖ୍ୟାଳୟଠାରେ  ସ୍ୱତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ  ।