ଦବୁଛି ତିନି ଶହ ବର୍ଷର ମା’ଲକ୍ଷ୍ମୀଙ୍କ ମନ୍ଦିର
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର: ଧନଦାତ୍ରୀ ମା’ଲକ୍ଷ୍ମୀ ମାତାଙ୍କ ବାସ ଗୃହ ବିପଦରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁରର ଆରାଧ୍ୟ୍ୟ ଦେବତା ଶ୍ରୀ ଶ୍ରୀ ଦଧିବାମନଜୀୟୁଙ୍କ ମନ୍ଦିର ପରିସରରେ ଥିବା ମା’ଲକ୍ଷ୍ମୀଙ୍କ ମନ୍ଦିରରେ । କେନ୍ଦୁଝର ତକôାଳୀନ ରାଜା ଗୋପୀନାଥ ନାରାୟଣ ଭଞ୍ଜ ୧୩୧୬ ସାଲରେ ଶ୍ରୀଶ୍ରୀ ଦଧିବାମନ ଜିୟୁଙ୍କୁ ମନ୍ଦିରରେ ପ୍ରତିଷ୍ଠା କରାଇଥିଲେ । ଏହାର କିଛିବର୍ଷ ପରେ ମନ୍ଦିରର ଗୁମୁଟ, ମୁଖଶାଳା ଏବଂ ଜଗତଜନନୀ ମା’ଲକ୍ଷ୍ମୀଙ୍କ ମନ୍ଦିର ନିର୍ମାଣ ହୋଇଥିଲା । ଏହାକୁ ପ୍ରମାଣ ସ୍ୱରୂପ ଧରିଲେ ମା’ଙ୍କ ମନ୍ଦିରଟି ଆନୁମାନିକ ୩ ଶହ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା । ତେବେ ବର୍ତ୍ତମାନ ସ୍ଥିତିରେ ମା’ଙ୍କ ମନ୍ଦିର ବିଭିନ୍ନ ବୈଷୟିକ କାରଣରୁ ଭୁସମାନ୍ତରାଳ ସମାନତା ଠାରୁ ଉତର-ପଶ୍ଚିମ ପଟ ଭାଗ ପାଖାପାଖି ୧ରୁ ଦେଢ଼ ଫୁଟ ଢଳି ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି ମା’ଲକ୍ଷ୍ମୀଙ୍କ ମନ୍ଦିର ଧୀରେ ଧୀରେ ଉତର ପଶ୍ଚିମ ଦିଗକୁ ଢ଼ଳୁଛି । ମନ୍ଦିର ମଧ୍ୟରେ ସ୍ୱୟଂ ମାତା ବିରାଜ ମାନ କରିଥିବାରୁ ମନ୍ଦିର ପ୍ରତି ଆସନ୍ନ ବିପଦ ଘନେଇ ଆସୁଛି । ଏଭଳି ସ୍ଥିତିରେ ଦେବୋତର ବିଭାଗ ମା’ଙ୍କ ମନ୍ଦିରରୁ କିପରି ଏଆସନ୍ନ ବିପଦ ଟଳିବ ସେନେଇ ମନ୍ଦିର ଏକ୍ସପୋର୍ଟ ଟିମ ଡାକି ଏହାର ଯାଞ୍ଚ କରିବା ସହିତ କିପରି ରକ୍ଷଣ ହୋଇପାରିବ ସେନେଇ ବାଟ ବାହାର କରିବାକୁ ଶ୍ରଦ୍ଧାଳୁ ଦାବି କରିଛନ୍ତି ।