କେଏଚ୍ଏସ୍ଏସ୍ ଗ୍ରୋଥ୍ରେ ରାଜ୍ୟରେ ୧ନଂ
ବ୍ୟାସନଗର : ଶତକଡା ନୁହେଁ ବରଂ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶରେ ବିଶ୍ୱାସ କରେ କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚୁ୍ୟସନ୍ସ ଅଧିନସ୍ଥ କଳିଙ୍ଗ ହାଇୟର ସେକେଣ୍ଡାରୀ ସ୍କୁଲ ବା କେଏଚଏସଏସ । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳାଫଳରେ ସାରା ରାଜ୍ୟରେ ଗ୍ରୋଥ୍ରେ ପୁଣି ୧ନଂ ସ୍ଥାନ ଅଧିକାର କରିଛି । କଳିଙ୍ଗର ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ଠାରୁ +୨ ବିଜ୍ଞାନରେ ଗ୍ରୋଥ କରି ଭିନ୍ନ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ତନ୍ମଧ୍ୟରୁ ସନ୍ତୋଷ ଖିଲାର ଦଶମରେ ୫୧.୪% ରଖିଥିବା ବେଳେ ଯୁକ୍ତ ଦୁଇରେ ୭୮.୬%, ରୋଶନି ସାହୁ ଦଶମରେ ୬୦.୬% କିନ୍ତୁ ଯୁକ୍ତ ଦୁଇରେ ୮୭.୩%, ବର୍ଷା ରାଣୀ ଜେନା ଦଶମରେ ୬୩% ଥିବାବେଳେ ଯୁକ୍ତ ଦୁଇରେ ୭୮%, କୀର୍ତି କିରଣ ସେଠୀ ଦଶମରେ ୬୦% ରଖିଥିବା ବେଳେ ଯୁକ୍ତ ଦୁଇରେ ୭୨%, ସୁଶ୍ରୀ ଅଳ୍ପନା ସାହୁ ଦଶମରେ ୭୨.୧୬%ରଖିଥିବା ବେଳେ, +୨ରେ ୮୩.୮% ମାର୍କ ରଖି ରେକର୍ଡ ସୃଷ୍ଟି କରିଛନ୍ତି । ଚଳିତ ବର୍ଷ କେଏଚ୍ଏସ୍ଏସ୍ର ଛାତ୍ର ସାଇ ସ୍ୱରୂପ ବିଶ୍ୱାଳ ୫୬୧ (୯୩.୫%) ମାର୍କ ରଖି ଟପ୍ପର ହୋଇଥିବା ସମୟରେ ଏସ୍କେ କାଦିର, ଆଶିଷ ଜେନା, ସଂଗ୍ରାମ ସାହୁ, ରୋଶନି ସାହୁ, ରୁଦ୍ର ନାରାୟଣ ରଣା, ସନ୍ତୋଷ ଦାସ, ପବିତ୍ର ଜେନା, ସୁଶ୍ରୀ ଅଳ୍ପନା ସାହୁ, ଆଦ୍ୟା ଅର୍ପିତା ସାହୁ ଯଥାକ୍ରମେ ୫୩୯, ୫୩୬, ୫୩୪, ୫୨୪, ୫୧୬, ୫୧୫, ୫୦୯, ୫୦୩, ୫୦୨ ମାର୍କ ରଖି ଅନୁଷ୍ଠାନର ଗୌରବ ବଢାଇଛନ୍ତି । ଚଳିତବର୍ଷ ମୋଟ ୧୧୫ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସମୟରେ ୧୦୫ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ, ୧୦ଜଣ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଅନୁଷ୍ଠାନ ପାଇଁ ଶତ ପ୍ରତିଶତ ସଫଳତା ଆଣିଦେଇଛନ୍ତି । କେବଳ ଭଲ ପର୍ସେଣ୍ଟଜ ନୁହେଁ ଆତ୍ମବିଶ୍ୱାସ ସହ ସାମଗ୍ରିକ ବିକାଶର ଆବଶ୍ୟକତା ରହିଛି ବୋଲି କଳିଙ୍ଗ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସର ଅଧ୍ୟକ୍ଷ ଇଂ. ଆଲେକଜାଣ୍ଡାର ଦାସ ମତବ୍ୟକ୍ତ କରିଛନ୍ତି ।