ସେଣ୍ଟଜାଭିୟର୍ସ ହାଇସ୍କୁଲର ୧୦୦% ସଫଳତା
ବ୍ୟାସନଗର : ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଯାଜପୁର ରୋଡ଼ର ଜାଭିୟର୍ସ ହାଇସ୍କୁଲର ଛାତ୍ରଛାତ୍ରୀ ଗୌରବ ଆଣିଛନ୍ତି । ଚଳିତ ବର୍ଷ ଦ୍ୱାଦଶ ଶ୍ରେଣୀରେ ମୋଟ ୧୭୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।
ତେବେ ଶତ ପ୍ରତିଶତ ପାସ୍ ହାରରେ ସମସ୍ତ ପିଲା ଉତୀର୍ଣ୍ଣ ହୋଇ ଥିବାବେଳେ ୧୩ ଜଣ ଛାତ୍ରଛାତ୍ରୀ ଶତକଡା ୯୦ପ୍ରତିଶତରୁ ଉର୍ଦ୍ଧ୍ୱ ନଂ ରଖ୍ ପାସ୍ ହୋଇଛନ୍ତି । ସେହିପରି ଶତକଡା ୮୦ପ୍ରତିଶତ ନମ୍ବର ରଖ୍ ୨୩ ଜଣ କୃତିତ୍ୱ ହାସଲ କରିଛନ୍ତି । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ୬୦ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖ୍ ପ୍ରଥମ ଶ୍ରେଣୀରେ ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ଛାତ୍ର ଆଦର୍ଶ ବୈଶ୍ୟ ସର୍ବାଧୂକ ଶତକଡା ୯୭.୪ ପ୍ରତିଶତ ହାରରେ ପାସ କରି ବିଦ୍ୟାଳୟ ଟପ୍ସର ହୋଇଛନ୍ତି । ସେହିପରି ଦଶମ ଶ୍ରେଣୀରେ ମୋଟ୍ ୨୧୦ଜଣ ପିଲା ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇ ସ୍କୁଲ ପାଇଁ ଗର୍ବ ଗୌରବ ଆଣି ପାରିଛନ୍ତି । ୩୮ଜଣ ଛାତ୍ରଛାତ୍ରୀ ଶତକଡା ୯୦ପ୍ରତିଶତରୁ ଅଧିକ ନମ୍ବର ରଖ୍ ଉତୀର୍ଣ୍ଣ ହୋଇଥିବା ବେଳେ ଛାତ୍ର ସୌରଭ ମିଶ୍ର ଶତକଡା ୯୯.୨ ପ୍ରତିଶତ ନଂ ରଖି ଟପ୍ପ୍ ହୋଇଛନ୍ତି । ବିଦ୍ୟାଳୟର ସମ୍ପାଦକ ରାଜୀବ ମହାନ୍ତି ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।