ବ୍ରାହ୍ମଣ ସାହିରେ ସରକାରୀ ଜମି ଜବର ଦଖଲ


ାା ପ୍ରଭାନୁ୍ୟଜ ।ା ଦାନଗଦୀ: ରାଜ୍ୟ ସରକାର ସରକାରୀ ଜମି ଜବରଦଖଲ ମୁକ୍ତ କରିବା ପାଇଁ ନିଦେ୍ର୍ଦଶ ଦେଉଥିବା ବେଳେ ଦାନଗଦୀ ତହସିଲ ଅଧୀନରେ ଜବର ଦଖଲ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବ୍ଲକ ଓ ତହସିଲ ଅଫିସ ଚାରିପାଖରେ ଥିବା ଗାଁ ଗୁଡିକରେ ଜବର ଦଖଲ ବଢୁ ଥିବା ବେଳେ ପ୍ରଶାସନିକ ଅଫିସର କିପରି ଦେଖି ପାରୁନାହାନ୍ତି କି ଜାଣି ପାରୁନାହାନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି । ଧୂଳିଗଡ଼ ପଞ୍ଚାୟତମାନ ଗୋବିନ୍ଦ ପୁର ଛକ ପାଖରେ ଥିବା ବ୍ରାହ୍ମଣ ସାହିରେ ଜନୈକ ବ୍ୟକ୍ତି ବ୍ୟବସାୟିକ ଉଦେଶ୍ୟରେ ଜଙ୍ଗଲ ଜମି କରାୟତ କରି ନେଇଥିବାର ଦେଖିବାକୁ ମିଳିଛି । ଖାତା ନମ୍ବର ୮୯ ପ୍ଲଟ ନମ୍ବର ୨ରେ ଏକ ଏକରୁ ଊର୍ଦ୍ଧ ଜାଗା ଦଖଲ କରି ତାର ବାଡ଼ ଦେଇ ମେସିନ ଲଗାଇ  ଜମିକୁ ସମତଳ କରିବାରେ ଲାଗିଛନ୍ତି । ସ୍ଥାନୀୟ ଲୋକେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କଲେ ସୁଦ୍ଧା କୈାଣସି ଫରକ ପଡ଼ୁନି । ପ୍ରଶାସନ ଦୃଷ୍ଟିକୁ ଲୋକମାନେ ଆଣୁଥିଲେ ମଧ୍ୟ କିଛି କାର୍ଯ୍ୟନୁଷ୍ଠାନ ହେଉ ନାହଁ କିପରି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସବୁଆଡେ ସରକାରୀ ଜମିକୁ ଜବର ଦଖଲ କରି ବାହାର ଲୋକ ବେଇଆନ ନିର୍ମାଣ କରିଚାଲିଛନ୍ତି । ଆଲୋଚନା ହେଉଛି ପ୍ରଶାସନ ସବୁ ଜାଣି ଶୁଣି ଅର୍ଥ ମାୟାରେ ବାୟା ହୋଇ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେଉଛି । ଯଦି ତହସିଲ ହାତପାହାନ୍ତାରେ ଏପରି ପ୍ରଶାସନକୁ ନମାନି ନିର୍ଭୟରେ ଏପରି ସରକାରୀ ଜମି  ଜବର ଦଖଲ ଚାଲନ୍ତି ତାହେଲେ ଏଥିରେ ପ୍ରଶାସନ ପରୋକ୍ଷରେ ସମର୍ଥନ ରହିଥିବା ଅଭିଯୋଗ ହେବାରେ ଲାଗିଛି । ସଂପୃକ୍ତ ଜାଗାକୁ ଚିହ୍ନଟ କରି ଜବର ଦଖଲ ମୁକ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।