ଆକାଶରୁ ଖସୁଛି ମୃତ୍ୟୁ
lightening
ଭୁବନେଶ୍ୱର : ଆକାଶରୁ ଖସୁଛି ମୃତ୍ୟୁ । ରାଜ୍ୟରେ ବଜ୍ରପାତ ବଢୁଥିବାବେଳେ ଅକାଳରେ ହଜାର ହଜାର ଜୀବନ ଚାଲିଯାଉଛି । ଗତ ୩ ବର୍ଷରେ ବଜ୍ରପାତ ଯୋଗୁଁ ୧୦୫୭ ଜଣ ମୃତ୍ୟୁବରଣ କରିଛନ୍ତି । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ବଜ୍ରପାତ ଯୋଗୁଁ ଗତ ୭ ମାସରେ ୨୦୧ ଜଣଙ୍କର ମୃତ୍ୟୁ ଘଟିଛି । ୨୦୨୩-୨୪ ବର୍ଷରେ ୨୭୨ ଜଣଙ୍କର ବଜ୍ରପାତଜନିତ ମୃତ୍ୟୁ ହୋଇଥିବାବେଳେ ୨୦୨୨-୨୩ରେ ବଜ୍ରପାତ ୩୦୬ ଜଣଙ୍କର ଜୀବନ ନେଇଛି । ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ ଜିଲ୍ଲାରେ ବଜ୍ରପାତ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ମନ୍ତ୍ରୀ କହିଛନ୍ତି ।
ଆଗରୁ ତାଳଗଛ ପାଇଁ ବଜ୍ରପାତ ଜନିତ ଜୀବନହାନି କମ୍ ରହିଥିଲା । ବଜ୍ରପାତ ହେଲେ ତାଳ ଗଛ ଉପରେ ହିଁ ପଡୁଥିଲା । ଯେଉଁଥିପାଇଁ ରାଜ୍ୟ ସରକାର ଅଧିକରୁ ଅଧିକ ତାଳଗଛ ଲଗାଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।