ମାଗଣା ସ୍ୱାସ୍ଥ୍ୟ ସେବା ଶିବିର
ଟାଙ୍ଗୀ ଚୌଦ୍ୱାର: ଇମ୍ଫାର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଆଜି ଚୌଦ୍ୱାର ଅଞ୍ଚଳର ବ୍ରହ୍ମପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ନିରଞ୍ଜନ ସାହୁ, ମାନସ ପ୍ରଧାନ, ସରୋଜ ସାହୁ, ପ୍ରଦୁ୍ୟମ୍ନ ତ୍ରିପାଠୀ, ଅଶାନ୍ତ ବେହେରା, ଲୋକସଂପର୍କ ଅଧିକାରୀ ଅଭିଷେକ ଘୋଷ ଆଦି ଉପସ୍ଥିତ ଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଅବିଜ୍ଞ ଡାକ୍ତର ଯଥା ଅସ୍ଥିଶଲ୍ୟ, ବେଷଜ ଓ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ସାହାଯ୍ୟରେ ୩୦୦ ରୁ ଉର୍ଦ୍ଧ ରୋଗୀଙ୍କୁ ମାଗଣା ସ୍ୱାସ୍ଥ ପରୀକ୍ଷା କରିବା ସହ ମାଗଣା ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । ବ୍ରହ୍ମପୁର ଗ୍ରାମପଞ୍ଚାୟତ ଅଞ୍ଚଳରେ ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଥିଲେ ଓ କାର୍ଯ୍ୟକ୍ରମକୁ ବଜାୟ ରଖିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ତରଫରୁ ସ୍ଥିତପ୍ରଜ୍ଞ ଦାସ, ପିଙ୍କି ସାହୁ, ମନୋଜ ମହାପାତ୍ର, ସୌଭାଗ୍ୟ ପ୍ରଧାନ ସହ ଇମ୍ଫାରୁ ସ୍ୱଚ୍ଛାକୃତ ଭାବେ ୧୦ ଜଣ ସ୍ୱଚ୍ଛାସେବୀ ପରିଚାଳନା କରିବା ବେଳେ ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ସଂଯୋଜନା କରିଥିଲେ ।