ଶରୀରର ବିଷାକ୍ତ ପଦାର୍ଥ ବାହାର କରିଥାଏ ଏହିସବୁ ଖାଦ୍ୟ
ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଶରୀରରେ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ଜମା ହୋଇଯାଇଥାଏ । ଯାହା ଶରୀରକୁ ଦୁଷିତ କରିଦେଇଥାଏ ଯାହା ଆଗକୁ ଯାଇ ଅନେକ ରୋଗର କାରଣ ହୋଇପାରେ । ରକ୍ତରେ ବିଷାକ୍ତ ପଦାର୍ଥ ଜମା ହୋଇଗଲେ ତ୍ୱଚାରେ ଦାଗ, ବ୍ରଣ ଓ ବିଭିନ୍ନ ପ୍ରକାର ସଂକ୍ରମଣ ଦେଖାଯାଇଥାଏ । ତେଣୁକରି ଆମକୁ ଆମ ଡାଏଟରେ ଏପରି ଫଳ ବା ପନିପରିବାକୁ ସାମିଲ କରିବାକୁ ପଡ଼ିବ ଯାହା ଆମ ରକ୍ତକୁ ସଫା କରିବାରେ ସାହାଯ୍ୟ କରିବ ।
- ନିମ୍ବ ପତ୍ର : ନିମ୍ବ ପତ୍ରରେ ଆଣ୍ଟିବାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଏବଂ ଆଣ୍ଟିଭାଇରାଲ ଗୁଣ ଭରପୁର ମାତ୍ରାରେ ରହିଥାଏ । ପ୍ରତିଦିନ ସକାଳୁ ଏହାର ସେବନ କରିବା ଦ୍ୱାରା ଏହା ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସହାୟକ ହୋଇଥାଏ ।
- ହଳଦୀ : ହଳଦୀରେ କରକ୍ୟୁମିନ୍ ନାମକ ତତ୍ତ୍ୱ ରହିଥାଏ । ଏହା ରକ୍ତ ସଫା କରିବା ସହ ଫୁଲିବା ପରି ସମସ୍ୟାକୁ କମ କରିଥାଏ ଏବଂ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର ତ ଖାଦ୍ୟ ପ୍ରସ୍ତୁତିରେ କରାଯାଇଥାଏ । କ୍ଷୀର ସହିତ ହଳଦୀ ମିଶାଇ ପିଇବା ବେଶୀ ଲାଭକାରୀ ହୋଇଥାଏ । ଏହା ଶରୀରର ରୋଗପ୍ରତିରୋଧକ ଶକ୍ତି ମଜବୁତ କରିବାରେ ସହାୟକ ହୋଇଥାଏ ।
- ତୁଳସୀ : ତୁଳସୀରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଏବଂ ଆଣ୍ଟିଇମ୍ପ୍ଲିମେଟରି ଗୁଣ ରହିଥାଏ । ଏହାର ସେବନ ରକ୍ତକୁ ସଫା କରିବାରେ ବେଶ୍ ଲାଭଦାୟକ ହୋଇଥାଏ । ଆପଣ ତୁଳସୀ ପତ୍ରକୁ ଚୋବାଇ ଖାଇପାରିବେ କିମ୍ବା ଏହାର ଚା’ କରି ମଧ୍ୟ ସେବନ କରିପାରିବେ । ଏହା ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
- ଅଦା : ଅଦାରେ ଆଣ୍ଟିଇମ୍ପ୍ଲିମେଟରି ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ । ଏହା ରକ୍ତ ସଫା କରିବା ସହ ପାଚନ ତନ୍ତ୍ରରେ ସୁଧାର ଓ ତ୍ୱଚାର ଚମକ ବଢ଼ାଇବାରେ ସହାୟକ ହୋଇଥାଏ ।
- ଗାଜର : ଗାଜରରେ ବିଟା କ୍ୟାରୋଟିନ୍, ଫାଇବର, ପୋଟାସିୟମ ଓ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହା ରକ୍ତ ସଫା କରିବା, ତ୍ୱଚାକୁ ସୁସ୍ଥ ରଖିବା ଓ ଦୃଷ୍ଟିଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ ।