ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ
ସାରସକଣା : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ସ୍ଥିତ ଝାରପୋଖରୀଆ ପଞ୍ଚାୟତ ନିକଟ ଝାରବେଡା ଖେଳ ପଡିଆରେ ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସୀମାନ୍ତ କ୍ରିକେଟ କ୍ଳବ ଆନୁକୂଲ୍ୟରେ ଆୟୋଜିତ ଏହି ଦିବାରାତ୍ର ମ୍ୟାଚକୁ, ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାରତୀ ହାଁସଦା ଆନୁଷ୍ଠାନିକ ଭାବେ ଫିତା କାଟି ଉଦ୍ଘାଟନ କରିଥିଲେ । ସେହିପରି ମୋଟ ୧୬ଗୋଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ପର୍ଯ୍ୟାୟ କ୍ରମେ ଦଳଗୁଡିକ ମଧ୍ୟରେ ମ୍ୟାଚ ହେବାପରେ, ଉତ୍ତମ- ୧୧ ବୁଡ଼ାମରା ଦଳ ବିଜୟୀ ହୋଇଥିଲା । ସେହିପରି ଜିଏମ -୧୧ ରାଜାଲୋକା ରନର୍ସଅପ ହେବାର ସୁଯୋଗ ହୋଇଥିଲା । ତେବେ ବିଭିନ୍ନ ଜିଲ୍ଲା ଏବଂ ଆଞ୍ଚଳିକ ଦଳ ଗୁଡିକୁ ନେଇ ଏହି ଦିବାରାତ୍ର କ୍ରିକେଟ ଟୁର୍ନାମେଣ୍ଟ ହୋଇଥିବା ବେଳେ ଶତାଧିକ ଦର୍ଶକ ମ୍ୟାଚକୁ ଉପଭୋଗ କରିଥିଲେ ।
ସେହିପରି ଚୌକା ଓ ଛକ୍କା ତାଳେ ତାଳେ ଚିଅର ଗାର୍ଲସଙ୍କ ନୃତ୍ୟ ଲୋକଙ୍କ ଦୃଷ୍ଟି ଆକାର୍ଶଣ କରିଥିଲା । ପରିଶେଷରେ ବିଜେତା ଓ ରନର୍ସଅପ ଟିମକୁ ଟ୍ରଫି ସହିତ ପ୍ରଥମ ପୁରସ୍କାର ରାଶି ଭାବେ ୨୨୦୦୦ ଏବଂ ଦ୍ୱିତୀୟ ପୁରସ୍କାର ଭାବେ ୧୭୦୦୦ ଟଙ୍କା ନଗଦ ରାଶି ପ୍ରଦାନ କରାଯାଇଛି ।