ଓକିଲ ସଂଘର ବାର୍ଷିକୋତ୍ସବ 

 ବାଲେଶ୍ୱର:  ବାଲେଶ୍ୱର ଓକିଲ ସଂଘର ଦୁଇଦିନିଆ ବାର୍ଷିକୋତ୍ସବ ଜିଲ୍ଲା ଜଜ୍କୋର୍ଟଙ୍କ ପରିସରରେ ସଂଘର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା ହାଇକୋର୍ଟର ଜଷ୍ଟିସ୍ ବିଭୁପ୍ରସାଦ ରାଉତରାୟ ଓ ଅନ୍ୟତମ ଜଷ୍ଟିସ୍  ଆନନ୍ଦ ଚନ୍ଦ୍ର ବେହେରା, ରାଜ୍ୟ ଆଇନ୍ଜୀବୀ ପରିଷଦର ସଭାପତି ସୀତାଂଶୁ ଶେଖର ଦ୍ୱିବେଦୀ, ଅନ୍ୟତମ ସଦସ୍ୟ ନୃସିଂହ ଚରଣ ନାୟକ, ବାଲେଶ୍ୱର ଜିଲ୍ଲା ଓ ଦୌରାଜଜ୍ ସତ୍ୟନାରାୟଣ ମିଶ୍ର, ଓପିଆଇଡି ଜଜ୍ ବିଶ୍ୱଜିତ୍ ଦାସ ପ୍ରମୁଖ ଯୋଗ ଦେଇ ‘ଫୌଜଦାରୀ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଭାରତୀୟ ସମ୍ବିଧାନର ପୁନଃଅବଲୋକନ’ ସଂପର୍କିତ ଏକ ସେମିନାର୍ରେ ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ । ସଂଘର ସଂପାଦକ ସମ୍ବିତ୍ କୁମାର ନନ୍ଦୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ୫୦ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଆଇନ୍ ସେବା କରି ଆସିଥିବା ସଂଘର ପ୍ରବୀଣ ୧୧ଜଣ ଆଇନ୍ଜୀବୀଙ୍କୁ ଅତିଥିମାନେ ମାନପତ୍ର ଦେଇ ସମ୍ମାନିତ କରିବା ସହ ସଂଘର ସ୍ମରଣିକା ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ଏବଂ ଅତିଥିପରିଚୟ ପ୍ରଦାନ କରିଥିଲେ ଯୁବ ଆଇନଜୀବୀ କୁମାର କାଶ୍ୟପ, ବନ୍ଦନା ବିଶ୍ୱାଳ ଏବଂ ସହଯୋଗ କରିଥିଲେ କମିଟିର ସଦସ୍ୟ ଜିତେନ୍ଦ୍ର ଉପାଧ୍ୟାୟ, ପ୍ରଭାତ ଦାସ, ପିନାକୀ ଧୀର୍, ସଞ୍ଜୟ ଚୌଧୁରୀ, ବରେନ୍ଦ୍ର ସେଠୀ, ବାସନ୍ତୀଲତା ସାହୁ, ମମତା ବେହେରା, ଦେବାଶିଷ ପାତ୍ର, ଅକ୍ଷୟ ପାତ୍ର, ରାମଚନ୍ଦ୍ର ଜେନା, ଜ୍ଞାନରଞ୍ଜନ ପାଣି, ନିଶାନ୍ତ ପଟ୍ଟନାୟକ, ଦିଗମ୍ବର ମିଶ୍ର ଏବଂ ସଂଘର ଅନ୍ୟ ସଦସ୍ୟମାନେ । ଶେଷରେ ସଂଘର ଉପସଭାପତି ରଣଜିତ୍ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।