ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା
ବାଲିଚନ୍ଦ୍ରପୁର : ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ପତରାଜପୁର ପଞ୍ଚାୟତ ପରମାଣିକ ସାହିର ସୁମନ୍ତ ପରମାଣିକଙ୍କ ପନôୀ ଟୁନି ପରମାଣିକ ଗତ କାଲି ବିଳମ୍ବିତ ରାତିରେ ଛାତରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସକାଳୁ ପରିବାର ଲୋକେ ଦେଖି ବାଲିଚନ୍ଦ୍ରପୁର ଥାନାକୁ ଜଣାଇଥିଲେ । ଖବର ପାଇ ବାଲିଚନ୍ଦ୍ରପୁର ଥାନାର ଆରକ୍ଷୀ ଅଧିକ୍ଷକ ସମରଜିତ ନାୟକଙ୍କ ନିଦେ୍ର୍ଦଶନାରେ ଏଏସଆଇ ପୂର୍ଣଚନ୍ଦ୍ର ବିଶ୍ୱାଳ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ ପରେ ମରଶରୀରକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଘଟଣାର ବିବରଣୀରୁ ଜଣାଯାଏ ସୁମନ୍ତ ତିନି ସନ୍ତାନର ଜନକ ହୋଇ ସୁଦ୍ଧା ପରିବାର ପ୍ରତି ସେତେଟା ଦାୟିତ୍ୱ ସମ୍ପନ୍ନ ହେଉ ନଥିବାରୁ ପନôୀ ଟୁନି ସବୁବେଳେ ଅସନ୍ତୁଷ୍ଟ ହେବା ସହ ଚିନ୍ତିତ ରହୁଥିଲେ । ଦୁଃଖରେ ଭାଙ୍ଗି ପଡି ମାନସିକ ଭାରସାମ୍ୟ ହରାଇ ଟୁନି ଏଭଳି ଚରମ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ବାଲିଚନ୍ଦ୍ରପୁର ଥାନା ପକ୍ଷରୁ ଅପମୃତୁ୍ୟ ମାମଲା ୧୦/୨୫ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ତଦନ୍ତ ଚାଲୁରହିଥିବା ତଦନ୍ତକାରୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ସୁଚନା ଦେଇଛନ୍ତି ।