ଯାଜପୁରରେ କାର୍ଯ୍ୟକାରୀ ହେବ ତ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ?
ାା ପ୍ରଭାନୁ୍ୟଜ ।ା ଯାଜପୁର : ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରେ ଥିବା ସରକାରୀ ଜମିକୁ ମୁକ୍ତ କରି ତାରବାଟ ଘେରାଇବା ସହ ‘ସରକାରୀ ସଂପତି ଅନୁପ୍ରବେଶ ଦଣ୍ଡନୀୟ’ ଲେଖାଇଥିବା ସାଇନ ବୋର୍ଡ଼ ଲଗାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲାପାଳଙ୍କୁ ନିଦେ୍ର୍ଦଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଦେ୍ର୍ଦଶ ପରେ ଏହି କ୍ରମରେ ରାଜସ୍ୱ ସଚିବ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ପରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ସରକାରୀ ଜମି ଜବରଦଖଲକାରୀ ଚିନ୍ତାରେ ପଡ଼ିଯାଇଛନ୍ତି । ନବୀନ ସରକାର ବଦଳିବା ପରେ ମୋହନ ସରକାରଙ୍କ ଜବରଦଖଲ ହଟାଅ ନିଦେ୍ର୍ଦଶ ଜବରଦଖଲକାରୀଙ୍କ ପାଇଁ ଯେତିକି ଟେନ୍ସନ ଆଣିଦେଇଛି ସଂପୃକ୍ତ ବିଭାଗକୁ ମଧ୍ୟ ଅଡ଼ୁଆ ଭିତରକୁ ଠେଲି ଦେବା ପରି ହୋଇଛି । ଆଗକୁ କ’ଣ ହେବ ନହେବ, ତାହା ତ ସମୟ କହିବ, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶ ଯାଜପୁର ଜିଲାରେ ଫଳବ୍ରତି ହୋଇପାରି ତ? ଏଭଳି ପ୍ରଶ୍ନ ସରକାରୀ ଜମି ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ଅନେକଙ୍କ ମନକୁ ଆସିଛି । ରାଜପଥ ହେଉ କି ଗ୍ରାମପଥ କଡ଼ରେ ଥିବା ସରକାରୀ ଜମି ମାଡ଼ିବସି ବ୍ୟବସାୟ ଓ ଭଡ଼ା ସୂତ୍ରରେ ପ୍ରଭାବଶାଳୀ ପ୍ରଦାନ କରି ଦେଇ ମାସକ ଫାଇଦା ଉଠାଉଛନ୍ତି । ଯଦି ଦେଖିବା ତେବେ କଳିଙ୍ଗନଗର ଶିଳ୍ପାଞ୍ଚଳ ଗଢି ଉଠିବାପରେ ଦାନଗଦୀ, ବ୍ୟାସନଗର ତହସିଲ ଅଞ୍ଚଳରେ ଥିବା ସରକାରୀ ଜମିକୁ ଦଖଲ ପରେ ପ୍ରଭାବଶାଳୀ ଭବ୍ୟ କୋଠା ନିର୍ମାଣ କରି ବାସ କରୁଛନ୍ତି ନତୁବା ଭଡ଼ାରେ ଲଗାଇଛନ୍ତି । ବ୍ୟାସନଗର ତହସିଲ କଥା କହିବା, ତେବେ ଏହି ତହସିଲ ଅଧିନରେ ଥିବା୧୨ଗୋଟି ଆରଆଇ ସର୍କଲରେ ଥିବା ୧୫ହଜାର ଏକର ସରକାରୀ ଜମିରୁ ୭୫ଭାଗ ବର୍ତମାନ ଖୋଜିଲେ ମିଳିବନି । ସବଠାରୁ ଆଶ୍ଚର୍ଯ୍ୟର କଥା ହେଲା୧୩ବର୍ଷ ତଳୁ ରାଜ୍ୟ ସରକାର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ସରକାରୀ ଜମି ଦଖଲ ମୁକ୍ତ ପାଇଁ ଯେଉଁ ନିଦେ୍ର୍ଦଶ କରିଥିଲେ ତାହା ବିଭାଗର ଅପାରଗତା ଏବଂ ଦୁର୍ନୀତିଖୋର କର୍ମଚାରୀଙ୍କ ପାଇଁ ନିଦେ୍ର୍ଦଶରେ ରହିଗଲା । ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ୧୩ବର୍ଷ ତଳେ ସରକାରୀ ନିଦେ୍ର୍ଦଶ କାର୍ଯ୍ୟକାରୀ କରିବାକୁ ଆଗେଇ ଆସିଥିବା ଅଧିକାରୀଙ୍କୁ ରାତିଅଧିଆ ବଦଳି କରି ଦିଆଗଲା । ଯାହା ଫଳରେ ଜବରଦଖଲ ମୁକ୍ତ ନିଦେ୍ର୍ଦଶନାମା ଫାଇଲ ଭିତରେ ଫସିରହିଛି । ଏବେ ମୋହନ ସରକାରଙ୍କ ନୂତନ ନିଦେ୍ର୍ଦଶନାମା ରାଜସ୍ୱ ବିଭାଗର ନିଦ ହଜାଇ ଦେବା ପରି ହୋଇଛି । ଏକ ତଥ୍ୟ ଅନୁଯାୟୀ ବ୍ୟାସନଗର ତହସିଲ ଅଧିନସ୍ତ ବ୍ୟାସନଗର ପୌରାଞ୍ଚଳ ୨୬ ଗୋଟି ୱାର୍ଡ଼ରେ ଥିବା ପ୍ରାୟ ୪ ହଜାର ୫ ଶହ ଏକର ସରକାରୀ ଜମି ମଧ୍ୟରୁ ୭୫ ଭାଗ ଜବର ଦଖଲକାରୀ ମାନେ ଦଖଲ କରି ରଖିଛନ୍ତି । ରାଜ ନେତା, ପ୍ରଭାବଶାଳୀ, ସରକାରୀ କର୍ମଚାରୀ, ଜମି ଦଲାଲଙ୍କ ସଂପୃକ୍ତି ରହିଥିବା ବେଳେ ଏହି ଜମି ମହାଦୁର୍ନୀତିରେ କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ (କେଏନଡ଼ିଏ) ଭଳି ଏକ ସରକାରୀ ଅନୁଷ୍ଠାନର ବିଶେଷ ଆଶୀର୍ବାଦ ରହିଥିବା ଭଳି ଗୁରୁତର ଅଭିଯୋଗ ଆଇନଜୀବୀ ମନୀନ୍ଦ୍ର କୁମାର ଧଳ ଉଠାଇଛନ୍ତି । ବ୍ୟାସନଗର ତହସିଲ ଅନ୍ତର୍ଗତ ପୌରାଞ୍ଚଳର ୨୬ଗୋଟି ୱାର୍ଡ଼ ୧୯ଗୋଟି ମୌଜା ମଧ୍ୟରେ ଅବସ୍ଥିତ ହୋଇଥିବା ବେଳେ ଏଥିରେ ମୋଟ ଏ୩୪୭୨.୪୮୬ ଡ଼ିସିମିଲ ସରକାରୀ ଜମି ରହିଛି । ଏହି ୧୯ଗୋଟି ମୌଜା ମଧ୍ୟରୁ ୧୩ ଗୋଟି ହାଲ ଫାଇନାଲ ମୈାଜାରେ ଏ୯୭୨.୪୯୮ଡ଼ିସିମିଲ ସରକାରୀ ଜମି ରହିଥିଲା । ପରେ ୨ଗୋଟି ମୌଜା ଫାଇନାଲ ହେବାପରେ ଏକର ଏକର ଜମି ସରକାରଙ୍କ ରହିଥିବା ସ୍ପଷ୍ଟ ହୋଇଥିଲା । ତେବେ ନଟଫାଇନାଲ ଅବସ୍ଥାରେ ଥିବା ଚୋରଦା, ରମ୍ପାସରେମୁଣ୍ଡମାଳ, ଉମାପଦା ମୈାଜାରେ ଅନାବାଦୀ ସହ ଜଙ୍ଗଲ, ଝାଟି ଜଙ୍ଗଲ ଜମି ରହିଛି । ଏହି ୪ ଗୋଟି ମୈାଜାରେ ପାଖାପାଖି ୨୦୦୦ଏକର ସରକାରୀ ଜମି ରହିଥିବା ସାବକ ଖତିଆନରୁ ଜଣାଯାଏ । ହାଲ ଏବଂ ନଟ ଫାଇନାଲ ମୈାଜାରେ ଥିବା ଅନୁନ୍ୟ ୪ହଜାରରୁ ଅଧିକ ଜଙ୍ଗଲ, ଝାଟିଜଙ୍ଗଲ, ରକ୍ଷିତ ଓ ପୁରାତନ ପତିତ କିସମ ଭଳି ସରକାରୀ ଜମିକୁ ଜବର ଦଖଲ ରହିଛି । ବିଜେଡ଼ି ସରକାର ସହରାଞ୍ଚଳରେ ସରକାରୀ ସଂପତିର ସୁରକ୍ଷା ଓ ରକ୍ଷଣା ବେକ୍ଷଣ ନିଦେ୍ର୍ଦଶକୁ ଉପହାସ କରୁଛି । ଆମ ପାଖରେ ଯାହା ତଥ୍ୟ ରହିଛି ସରକାରୀ ସଂପତି ସୁରକ୍ଷା ପାଇଁ ଗୃହ ଓ ନଗର ବିଭାଗ ପକ୍ଷରୁ ପିଡ଼ି ତଥା ଯୁଗ୍ମସଚିବ ବି.କେ.ବେହେରା ତାଙ୍କ ଚିଠି ନମ୍ବର ୧୩୧୭୬ ତା୧୦ା୬ା୧୦ରେ ୨୦୦୯/୧୦ ଆର୍ଥିକ ବର୍ଷ ପାଇଁ କଳିଙ୍ଗନଗର ଉନ୍ନୟନ କର୍ତ୍ତୁପକ୍ଷ ଯାଜପୁର ରୋଡ଼କୁ ୨୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ଯାହା ସରକାରୀ ସଂପତିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଉଦ୍ଧିଷ୍ଟ ଥିଲା । କେଏନଡ଼ିଏ ଟଙ୍କା ପାଇବା ପରେ ତହସିଲଦାର ବ୍ୟାସନଗରଙ୍କୁ କେଉଁ ମୈାଜାରେ ସରକାରୀ ଜମି ଅଛି ତାହା ଚିହ୍ନଟ କରି ହସ୍ତାନ୍ତର କରିବାକୁ ପତ୍ର ମାଧ୍ୟମରେ ଜଣାଇଥିଲେ । ପତ୍ର ପାଇଲା ପରେ ତହସିଲଦାର ତାଙ୍କ ଚିଠି ନମ୍ବର ୧୨୫୬ତା୧୬ା୪ା୧୧ରେ ସରାଞ୍ଚଳରେ ଥିବା ସରକାରୀ ଜମି ଯଥା କୋପଣ୍ଡ ମୈାଜାର ପ୍ଲଟ ନମ୍ବର୧୮୦୪ର ୧ଏକର ୮୨୫ ଡ଼ିସିମିଲ,ପ୍ଲଟ ନମ୍ବର୧୭୧୫ର ଏ୦.୫୯୦ଡ଼ିସିମିଲ,ପ୍ଲଟ ନମ୍ବର ୧୭୮୩ର ୧ଏକର ୦୨୦ଡ଼ିସିମିଲ, ଚାନ୍ଦମା ମୌଜାର ପ୍ଲଟ ନମ୍ବର ୫୩୦ର ୧ଏକର ୨୦୦ଡ଼ିସିମିଲ, ନହକା ମୈାଜାର ପ୍ଲଟ ନମ୍ବର ୪୨୨ର ୧ଏକର ୫୫୫ଡିସିିଲ ଓ ଦଳାମୌଜାର ପ୍ଲଟ ନମ୍ବର ୧୬୦ର ଏ୦.୬୮୨ଡ଼ିସିମିଲ ଜମି ସୁରକ୍ଷା ନିମନ୍ତେ ଚିହ୍ନଟ କରି ହସ୍ତାନ୍ତର କରିଥିଲେ । ହେଲେ କେଏନଡ଼ିଏ ତା୧୨ା୫ା୧୧ରେ ତାଙ୍କ ଚିଠି ନମ୍ବର ୫୧୫ ଉପରୋକ୍ତ ସରକାରୀ ଜମିରେ ପାଚେରୀ ନିର୍ମାଣ ପାଇଁ ତହସିଲଦାରଙ୍କ ଠାରୁ ଆପତ୍ତି ବିହୀନ ପ୍ରମାଣ ପତ୍ର ଲୋଡ଼ିଥିଲେ । ଏହା ପାଇବା ପରେ ତହସିଲଦାର ତାଙ୍କ ଚିଠି ନମ୍ବର୧୬୨୦ତା୨୧ା୫ା୧୧ରେ କେଏନଡ଼ିଏକୁ ନୋ-ଅବଜେକ୍ସନ ସାଟିଫିକେଟ ପ୍ରଦାନ କରିଥିଲେ । ଗୋଟେ ପଟେ ରାଜ୍ୟସ୍ୱ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯାଇ ସହରାଞ୍ଚଳ ସରକାରୀ ଜମି ଦଖଲକାରୀଙ୍କୁ ଉଛେଦ କରିବା ପାଇଁ ବିଶେଷ ତତ୍ପରତା ଦେଖାଇଥିଲା ସତ ହେଲେ ତାହା ଧର୍ମକୁ ଆଖିଠାର ପରି ଥିଲା । କାରଣ ସେତେ ବେଳର ତହସିଲଦାର ଦିଗନ୍ତ ରାଉତ୍ ଏକ ସରକାରୀ ଜମି ଦଖଲମୁକ୍ତ କରି ‘ସରକାରୀ ସଂପତି ଅନୁ ପ୍ରବେଶ ଦଣ୍ଡନୀୟ’ ବୋର୍ଡ଼ ଲଗାଇଥିଲେ ହେଁ କିଛିଟା ଦିନ ପରେ ତାହା ଉକ୍ତ ସ୍ଥାନରୁ ଉଭାନ ହୋଇଯାଇଥିଲା । ଯେଭଳି ବର୍ଷକ ତଳେ ନୟାଗଡ଼ ମୈାଜାରୁ ଦଖଲ ମୁକ୍ତ କରି ସମାନ ବୋର୍ଡ଼ ଲଗାଯାଇଥିଲେ ହେଁ କିଛିଟା ଦିନ ପରେ ସଂପୃକ୍ତ ସରକାରୀ ଜମିକୁ ଦଖଲକାରୀ ନିଜ ଅକ୍ତିଆରକୁ ନେଇଯାଇଥିଲେ । ଅନ୍ୟପଟେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ୨୦ଲକ୍ଷ ଟଙ୍କା ଖର୍ଚ୍ଚ କେମିତି ହେଲା ତାହା ଏବେବି ଅନ୍ଧାରରେ ରହିଛି । ହେଲେ ତହସିଲ ପକ୍ଷରୁ କରାଯାଇଥିବା ବୋର୍ଡ଼ ଗୁଡ଼ିକ ଆଜିବି କାର୍ଯ୍ୟାଳୟର ଅଳିଆ ଗଦାରେ ପଡ଼ି ଖତ ଖାଉଥିବାର ଦେଖିବାକୁ ମିଳିଛି । କିନ୍ତୁ ସାଧାରଣରେ ପ୍ରଶ୍ନ ଉଠୁଛି, ସରକାରୀ ଜମି ଉପରେ ଘର ନିର୍ମାଣ କରୁଥିବା ଦଖଲକାରୀଙ୍କୁ କିଭଳି ପାଣି, ବିଜୁଳି ମିଳିଯାଉଛି ? ଏଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଦେ୍ର୍ଦଶ କାର୍ଯ୍ୟକାରୀ ହେବାଟା ଏତେ ସହଜ ବ୍ୟାପାର ନୁହେଁ ବୋଲି ଅନେକ ମତ ରଖୁଛନ୍ତି ।