ଶ୍ରୀଲଙ୍କା ଲୁଟେରାଙ୍କ ବର୍ବରତା :ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରି ଲୁଟ୍, ୧୭ ଆହତ

ନୂଆଦିଲ୍ଲୀ: ତାମିଲନାଡୁ ନାଗାପଟ୍ଟିନମ୍ ଜିଲ୍ଲାର ୧୭ରୁ ଅଧିକ ମତ୍ସ୍ୟଜୀବୀ ଶ୍ରୀଲଙ୍କା ସମୁଦ୍ର ଲୁଟେରା ତଥା ଜଳଦସୁ୍ୟଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଶ୍ରୀଲଙ୍କା ଜଳଦସୁ୍ୟମାନେ ଧାରୁଆ ଅସ୍ତ୍ରରେ ଏମାନଙ୍କ ଉପରେ ଆକ୍ରମଣ କରିବାରୁ ଭାରତୀୟ ମତ୍ସ୍ୟଜୀବୀମାନେ ଗୁରୁତର ଆହତ ହୋଇଛନ୍ତି । ଏହାସହ ଜଳଦସୁ୍ୟମାନେ ମତ୍ସ୍ୟଜୀବୀଙ୍କ ଜିପିଏସ୍ ଉପକରଣ ଓ ଜାଲ ଧରି ଚମ୍ପଟ ମାରିଛନ୍ତି । ଚୋରି ହୋଇଥିବା ସାମଗ୍ରୀର ମୂଲ୍ୟ ପାଖାପାଖି ୧୦ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ ନାଗାପଟ୍ଟିନମ୍ ଜିଲ୍ଲାର ୩୦ରୁ ଅଧିକ ମସô୍ୟଜୀବୀ ଶ୍ରୀଲଙ୍କାର କୋରୋମଣ୍ଡଳେଲ୍ ଉପକୂଳରେ ମାଛ ଧରିବା ପାଇଁ ଯାଇଥିଲେ । ସେଠାରେ ସେମାନେ କୋଡିଆକ୍କାରାଇର ଦକ୍ଷିଣ-ପୂର୍ବରେ ଥିବା ବେଳେ ଏକ ସ୍ପିଡ୍ ବୋଟରେ ୬ ଜଣ ଦୁର୍ବୃତ୍ତ ଆସି ଧାରୁଆ ଅସ୍ତ୍ରରେ ସେମାନଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଆକ୍ରମଣକାରୀମାନେ ଆଖପାଖରେ ଥିବା ଅନ୍ୟ ଡଙ୍ଗାଗୁଡ଼ିକୁ ଟାର୍ଗେଟ କରିବା ପୂର୍ବରୁ ଜିପିଏସ ଉପକରଣ ଏବଂ ମାଛ ଧରିବା ଜାଲ ଲୁଟି ନେଇଥିଲେ । ତେବେ କୂଳକୁ ଫେରିବା ପରେ ୧୭ ଜଣ ଆହତ ମସô୍ୟଜୀବୀଙ୍କୁ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭାରତୀୟ ଜଳସୀମା ମଧ୍ୟରେ ଏହି ଆକ୍ରମଣ ହୋଇଥିବାରୁ ମସô୍ୟଜୀବୀମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଭାରତ ସରକାରଙ୍କ ନିକଟରେ ଦୁର୍ବୃତ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଭାରତୀୟ ଜଳସୀମାରେ ଏଭଳି ଆକ୍ରମଣ ହୋଇଥିବାରୁ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଧାରଣା ଦେଇଛନ୍ତି । ଯଦି ଲଗାତାର ଭାବେ ଏଭଳି ଆକ୍ରମଣ ଜାରି ରହେ, ତେବେ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରଖିବୁ ବୋଲି ଚେତାବନୀ ଦେଇଛନ୍ତି ।