ନିର୍ବାହୀ ଅଧିକାରୀଙ୍କୁ ଅବସର ସମ୍ବର୍ଦ୍ଧନା
ଜଗତସିଂହପୁର : ଜଗତସିଂହପୁର ବ୍ଲକ ପରିସରରେ ନିର୍ବାହୀ ଅଧିକାରୀ ଭାଗିରଥି ରାଉତରାୟଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସମ୍ବର୍ଦ୍ଧନା ସଭାରେ ମଣ୍ଡଳ ଉନ୍ନୟନ ଅଧିକାରୀ ଆଶୁତୋଷ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅଜୟ ବେହେରା, ମୁଖ୍ୟବକ୍ତା ଉପ ବିଭାଗ ଅଧିକାରୀ ବୈଷ୍ଣବ ଚରଣ ଦାସ, ସମ୍ମାନୀୟଅତିଥି ସହକାରୀ ନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତ, ରାଜସ୍ୱ ସହାୟକ ମାନସ ବେହେରା ପ୍ରମୁଖ ଯୋଗଦେଇ ଶ୍ରୀ ରାଉତରାୟଙ୍କ କର୍ମ ତତ୍ପରତା ଓ କାର୍ଯ୍ୟ ଦକ୍ଷତା ଉପରେ ଆଲୋକପାତ କରିଥିଲେ । ବ୍ଲକ ନିର୍ବାହୀ ଅଧିକାରୀ ସଙ୍ଘ ସଭାପତି ସର୍ବେଶ୍ୱର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ଅଭିଜତ ଦାସ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରଦୁ୍ୟମ୍ନ ଖୁଣ୍ଟିଆ, ହିମାଂଶୁ ଭୂଷଣ ନାୟକ, ବିଜୟ ପାତ୍ର, ବସନ୍ତ ମୁଦୁଲି, ରୋହିତ ନାୟକ, ସନ୍ତୋଷ ଜେନା, ଗୌତମ ଘୋଷ, ମାନସ ସାହୁ, ଶିବୁ ସୋରେନ, ନିହାର ରଞ୍ଜନ ବେହେରା, ପ୍ରଜ୍ଞା ପରମିତା ନନ୍ଦ, ଜୟଶ୍ରୀ ବଡ଼ସରା, ତନୁଶ୍ରୀ ରାଉତ, ରୋଜାଲିନ ଶତପଥି, ସୁଜିତ ସାହୁ, ଶୁଭଦ୍ରିକା ବେହେରା, ଶୁଭଶ୍ରୀ ଦାସ, ଅମୃତ ବେହେରା, ଶର୍ମିଳା ଆଲାମ ପ୍ରମୁଖ ସହଯୋଗ କରିଥିଲେ ।