ଚାଷୀଙ୍କ ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ବରଗଡ଼ : ବରଗଡ଼ ଟାଉନ ଥାନା ନିକଟ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ସାଢ଼େ ୩ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ଭେଡେନ ଥାନା ବୁର୍ଦ୍ଦା ଗ୍ରାମର ଜନୈକ ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ବରଗଡ଼ ଷ୍ଟେଟ୍‌ବ୍ୟାଙ୍କରୁ ଧାନ ବିକ୍ରି ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ। ସେ ଗୌରପଡ଼ା ଛକରେ ସ୍କୁଟି ରଖି ଆଖୁ ପଣା ପିଇଥିଲେ। ପରେ ଥାନା ନିକଟ ରାଜୀବ ଗାନ୍ଧି ଛକରେ ଚା’ ପିଇଥିଲେ। ଏହାପରେ ସ୍କୁଟି ଡିକିରେ ଆଉ ସେହି ଟଙ୍କା ନ ଥିବା ସେ ଦେଖିବାକୁ ପାଇଥିଲେ। ଏ ନେଇ ଏତଲା ଦେବା ପରେ ପୋଲିସ ତଦନ୍ତ ଚଳାଇଛି।