୪ ଜୁଆଡି ଗିରଫ
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ବି.କରଡ଼ାବାଡ଼ି ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଦୀର୍ଘଦିନ ହେଲା ଚାଲିଥିବା ଏକ ଜୁଆଖେଳ ଉପରେ ପୋଲିସ ଚଢାଉ କରି ଚାରି ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାଯାଇଛି । ଏ ନେଇ କେସ୍ ନଂ ୨୮୮/୨୫ରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ପୁଲିସ ବି. କରଡ଼ାବାଡ଼ି ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରେ ଚାଲିଥିବା ଜୁଆଖେଳ ଉପରେ ଚଢାଉ କରିଥିଲା । ପୁଲିସ ସେଠାରୁ ୯୦୬୦ ଟଙ୍କା , ୩ଟି ମୋବାଇଲ ଓ ୫ଟି ବାଇକ୍ ଜବତ ସହ ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା । ଗିରଫ ୪ ଜୁଆଡ଼ିଙ୍କ ମଧ୍ୟରୁ ଜଣେ ପଙ୍କଳସାହି ଗାଁର ଏବଂ ୩ ଜଣ ବି.କରଡ଼ାବାଡ଼ି ଗ୍ରାମର ହୋଇଥିବା ବେଳେ ଅନ୍ୟ ଜଣେ ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାଯାଇଛି ।