ଜଳୁଛି ଲଟାବୁଦା,  ପ୍ରତିକାର ଦାବି

ବୁଗୁଡ଼ା: ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ଗାନ୍ଧିଗ୍ରାମଠାରୁ ମଙ୍ଗଳପୁର ଅଭିମୁଖେ ଲମ୍ବିଥିବା ରାସ୍ତା କଡସ୍ଥ ଲଟାବୁଦା ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳୁଛି । କିଛି ଦୁବୃର୍ତ୍ତ ସନ୍ଧ୍ୟାବେଳେ ଶୁଖିଲା ଲଟାବୁଦାରେ ନିଆଁ ଲଗାଉଥିବାରୁ ପରିବେଶ କିଛି ଉତ୍ତପ୍ତ ହୋଇପଡୁଛି । ଦୁବୃର୍ତ୍ତମାନେ ବନ୍ୟଜନ୍ତୁ ଶିକାର କିମ୍ବା ଅନ୍ୟ କୌଣସି ଉଦେ୍ଦଶ୍ୟରେ ନିଆଁ ଲଗାଉଥିଲେ ହେଁ ତାହା ପରିବେଶ ଉପରେ କୁପ୍ରଭାବ ପକାଉଛି । ସେହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ଅସହ୍ୟ ଉତ୍ତାପର ଶିକାର ହେବାକୁ ପଡୁଛି । ସଚେତନତାର ଅଭାବ ହେତୁ ଏଭଳି ମନୁଷ୍ୟକୃତ ଅଗ୍ନିକାଣ୍ଡ ସୃଷ୍ଟି ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ଯଦି ଏହି ନିଆଁ ନିକଟସ୍ଥ ଜଙ୍ଗଲକୁ ବ୍ୟାପିଯାଏ ତେବେ ପରିସ୍ଥିତି ଅଣାୟତ୍ତ ହୋଇପଡିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏଣୁ ସ୍ଥାନୀୟ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ବନ ସଂଲଗ୍ନ ଗ୍ରାମାଞ୍ଚଳରେ ଆବଶ୍ୟକୀୟ ଜନସଚେତନତା ସାଙ୍ଗକୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।