କଡା ସୁରକ୍ଷା ମଧ୍ୟରେ +୨ ପ୍ରଶ୍ନପତ୍ର 

ବୁଗୁଡ଼ା :  ସ୍ଥାନୀୟ ପିପୁଲ୍ସ କଲେଜ ହବ୍ ସେଣ୍ଟରରେ +୨ ବିଜ୍ଞାନ ଓ କଳା ସହିତ ଧନ୍ଦାମୂଳକ ଶିକ୍ଷାର ପ୍ରଶ୍ନପତ୍ର ଆସି ପହଞ୍ଚିବା ପରେ ସେଗୁଡିକ ପୋଲିସର ୨୪ ଘଣ୍ଟିଆ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ ରହିଥିବା ଦେଖିବାକୁ ମିଳିଛି  । ଚଳିତ ମାସ ୧୮ ତାରିଖରୁ +୨ ବିଜ୍ଞାନ ଓ ୧୯ ତାରିଖରୁ +୨ କଳାର ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ  ବୁଗୁଡ଼ାର ପିପୁଲ୍ସ କଲେଜ ଓ ବଳଦେବ ମହିଳା ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟ ସାଙ୍ଗକୁ ମାଣିତରା ବିଜ୍ଞାନ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟ, ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟ ଓ କରଚୁଲି ଶକୁନ୍ତଳା ସରକାରୀ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ଏବଂ ପିପୁଲ୍ସ କଲେଜର ଧନ୍ଦାମୂଳକ ଶିକ୍ଷାର୍ଥୀ ନିଜ ନିଜର ଶିକ୍ଷାନୁଷ୍ଠାନ କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବାବେଳେ ସେମାନଙ୍କ ପାଇଁ ଏହି ହବ୍ ସେଣ୍ଟରରେ  ପରୀକ୍ଷା ପ୍ରଶ୍ନପତ୍ର ଗଚ୍ଛିତ ରହିଛି  । ଅନ୍ୟପକ୍ଷରେ ବାଲିପଦରସ୍ଥ ଅହଲ୍ୟା ଦେବୀ ମହିଳା ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟ ଓ ବାଲୁଙ୍କେଶ୍ୱର ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ପରୀକ୍ଷାର୍ଥୀ ପିପୁଲ୍ସ କଲେଜ କେନ୍ଦ୍ରରେ ପରୀକ୍ଷା ଦେବା ନେଇ ଜଣାଯାଇଛି  । ଉକ୍ତ ହବ୍ ସେଣ୍ଟରର ସୁପରଭାଇଜର ଓ ଡେପୁଟି ସୁପରଭାଇଜର ଦାୟିତ୍ୱରେ ଯଥାକ୍ରମେ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଓ ଅଧ୍ୟାପକ ଡ. ଜୟରାମ ବିଷୋୟୀ ରହିଥିବା ବେଳେ ସହଯୋଗୀ ଭାବେ କନିଷ୍ଠ କିରାଣୀ ହର ପ୍ରସାଦ ମହାପାତ୍ର ଓ ପିଅନ ଯୁଗଳ କିଶୋର ଜେନା ନିୟୋଜିତ ଥିବା ଜଣାଯାଇଛି ।