ଦୁର୍ବୃତ୍ତ ଲୁଟି ନେଲେ କେଜିଏ ସୁନା, ୫ କେଜି ରୁପା
ମୋହନା : ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ କେଜି କେଜି ସୁନାଗହଣା । କେଜିଏ ସୁନା, ୫ କେଜି ରୁପା ଲୁଟ୍ ହୋଇଥିବା ନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ମୋହନା ବଜାରରେ ଥିବା ଜୁଏଲାରୀ ଦୋକାନ ମାଲିକଙ୍କ ଠାରୁ ଏହି ଲୁଟ୍ ହୋଇଥିବା ଘଟଣା ଗୁରୁବାର ସାମ୍ନାକୁ ଆସିଛି । ବ୍ୟବସାୟୀ ଜଣକ ଦୋକାନ ତାଲା ପକାଇବା ବେଳେ ଦୁର୍ବୃତ୍ତମାନେ ଅଳଙ୍କାର ବ୍ୟାଗ୍କୁ ଝାମ୍ପି ନେଇଥିଲେ ।ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।