କପିଳମୁନିଙ୍କ ମହୋତ୍ସବ
ବାଲେଶ୍ୱର: ରସାଳପୁର ସ୍ଥିତ ଶ୍ରୀଶ୍ରୀ କପିଳମୁନିଙ୍କର ୮୯ତମ ମହୋତ୍ସବ ଶ୍ରୀଶ୍ରୀ କପିଳମୁନି ଆଧ୍ୟାମିôକ ଓ ସାଂସ୍କୃତିକ ଚେତନା ପରିଷଦର ସଭାପତି ଡାକ୍ତର ସତ୍ୟନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ରେମୁଣାର ପ୍ରାକ୍ତନ ବିଧାୟକ ସୁଦର୍ଶନ ଜେନା, ମୁଖ୍ୟବକ୍ତା ଭାବେ ପ୍ରଶାନ୍ତ ଦାସ, ସମ୍ମାନନୀୟ ଅତିଥି ତପନ କୁମାର ବିଶ୍ୱାଳ ଯୋଗଦାନ କରି ଶ୍ରୀଶ୍ରୀ କପିଳମୁନିଙ୍କର ଇତିହାସ ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । କମିଟିର କୋଷାଧ୍ୟକ୍ଷ ଅସିତ୍ କୁମାର ସାହୁ ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ କରିବା ସହିତ ଅତିଥି ପରିଚୟ କରାଇଥିଲେ । ଉପଦେଷ୍ଟା ବିକାଶ କୁମାର ଦାସ ମଙ୍ଗଳାଷ୍ଟକ ପାଠ କରିଥିଲେ । ଅତିଥିମାନଙ୍କ ଦ୍ୱାରା ବିଦୁ୍ୟତ୍ ଚାଳିତ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଉଦ୍ଘାଟନ କରାଯାଇଥିଲା । ସଭା ଶେଷରେ ଉପଦେଷ୍ଟା ହିମାଂଶୁ ଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାରେ ମୀନାବଜାର ଓ ବିଭିନ୍ନ ଉଠାଦୋକାନୀମାନେ ବସି ବ୍ୟବସାୟ କରିବାର ପରିଲକ୍ଷିତ ହୋଇଥିଲା । ରସାଳପୁର ପଞ୍ଚାୟତ ସହିତ ଆଖପାଖ ପଞ୍ଚାୟତର ଶହଶହ ଶ୍ରଦ୍ଧାଳୁ ଉପସ୍ଥିତ ହୋଇ ଏହି ମେଳାକୁ ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପରିଷଦର କାର୍ଯ୍ୟକାରୀ ସଭାପତି ରମାକାନ୍ତ ବେହେରା, ସଂପାଦକ ଗଗନ ବିହାରୀ, ବରିଷ୍ଠ ସଭ୍ୟ ଯୁଗଳ କିଶୋର ମହଲ ଏବଂ ଅନ୍ୟାନ୍ୟ ସଭ୍ୟମାନେ ସହଯୋଗ କରିଥିଲେ ।