ରସାବଳୀ ଓ ଜିଆଇ ଟ୍ୟାଗ୍ ନେଇ ପଞ୍ଜୀକରଣ କର୍ମଶାଳା
କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ରପ୍ତାନୀ, ଉନ୍ନୟନ ଓ ପ୍ରୋତ୍ସାହନ ବିଭାଗ ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ପ୍ରସିଦ୍ଧ ରସାବଳୀ ଓ ଜିଆଇ ଟ୍ୟାଗ୍ ସଂପର୍କରେ ମାର୍କେଟିଂ, ବ୍ରାଣ୍ଡିଂ ଓ ଅଧିକୃତ ବ୍ୟବହାରକାରୀ ପଞ୍ଜୀକରଣ କର୍ମଶାଳା ଯୁଗ୍ମ ନିଦେ୍ର୍ଦଶକ ରେଟ୍ କଣ୍ଟ୍ରାକ୍ଟ ଏକ୍ସପୋର୍ଟ ପ୍ରମୋସନ୍ ଏବଂ ମାର୍କେଟିଂ ଭୁବନେଶ୍ୱରର ଅଭିମନ୍ୟୁ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାପାଳ ରଘୁରାମ ଆର୍ଆଇଆର୍ ଓ ମାର୍କେଟିଂ, ବ୍ରାଣ୍ଡିଂର ଜିଆଇ ପରାମର୍ଶଦାତା ଡକ୍ଟର ସଚ୍ଚୀକାନ୍ତ କର, ସି.ଇ.ଓ ସଞ୍ଜୟ କୁମାର ପ୍ରଧାନ ଏବଂ ଡିଆଇସିର ଜିଏମ୍ ପ୍ରଦୀପ ସାହୁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଶୁଷ୍କ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡିକର ପ୍ରସାର ନିମନ୍ତେ ଉକ୍ତ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଏହାଦ୍ୱାରା ବ୍ରାଣ୍ଡିଂ ଏବଂ ପ୍ରୋତ୍ସାହନରେ ଦକ୍ଷତା ନିର୍ମାଣ କରି ଜି.ଆଇ ଟ୍ୟାଗ୍ ଆଧାରିତ ଉତ୍ପାଦନ ପଞ୍ଜିକରଣକୁ ଉତ୍ସାହିତ କରିବା ସହ, ଘରୋଇ କରଣ ଓ ରପ୍ତାନୀ ବଜାର ଅନୁସନ୍ଧାନ କରି ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଗୁଡିକର ଚାଷୀଗୋଷ୍ଠୀ, କାରିଗର ଏବଂ ଉତ୍ପାଦକ ଗୋଷ୍ଠୀଙ୍କୁ ସମର୍ଥନ କରିବା ଲକ୍ଷ୍ୟରେ ଏହି କର୍ମଶାଳାରେ ଆଲୋଚନା କରାଯାଇଛି ।