ଅପରେସନ ସିନ୍ଦୂର ଉପଲକ୍ଷେ ପରାକ୍ରମ ଶୋଭାଯାତ୍ରା

 ଆସିକା : ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରା ଉପଲକ୍ଷେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ତ୍ରିରଙ୍ଗା ଯାତ୍ରାରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ବିଜେପି ନେତା ବିଜୟ ସ୍ୱାଇଁ, ବିଧାୟକଙ୍କ ପୁତ୍ର ସଂଗୀତ ପାଢ଼ୀ, ବିଜେପି ନେତା ଶିବ କୁମାର ନାୟକ, ଆଇନଜୀବୀ ନାରାୟଣ ମୁନି, କବିସୂର୍ଯ୍ୟନଗର ଭାରପ୍ରାପ୍ତ ବ୍ଲକ ଅଧକ୍ଷ ବୀରେନ୍ଦ୍ର ଖଟେଇ, ଭଜ ସ୍ୱାଇଁ, ରବୀନ୍ଦ୍ର ଗୌଡ଼, ସନ୍ତୋଷ ଜେନା, ଶଶାଙ୍କ ଚର୍ଚ୍ଚି, ମନୋଜ ନାହାକ, ସମିତି ସଭ୍ୟ ରାଜୀବ ପାତ୍ର, ଟୁଲୁ ଜେନା, ନୀଳାଞ୍ଚଳ ଗୌଡ଼, ଅଶ୍ୱିନୀ ପ୍ରଧାନ, ନରହରି ସାହୁ, ବାୟା ପାତ୍ର, ଭାସ୍କର ପ୍ରଧାନ, ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ । ବୀର ଯବାନଙ୍କ ଗାଥା ଜଣାଇବା ସହ ଅପରେସନ ସିନ୍ଦୁରର ସଫଳତା ଉପଲକ୍ଷେ ବ୍ଲକ ଓ ଏନଏସି ସ୍ତରୀୟ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ସମ୍ପ୍ରତି ଦେଶର ଜଳ ସ୍ଥଳ ଓ ଆକାଶ ବାହିନୀର ବୀର ଯବାନକୁ ସମ୍ମାନ ଜଣାଇବା । ଏହି ସୋଭାଯାତ୍ରା ଆସିକା ବିଧାୟକଙ୍କ ବାସଭବନ ରୁ ବାହାରି ଖମ୍ବେଶ୍ୱରୀ ପାଟଣା, କୁମ୍ଭାର ସାହି, ଅଶୋକସିନେମା ହଲ ପରେ ଖମ୍ବେଶ୍ୱରୀ ମନ୍ଦିର ପାଖରେ ପହଞ୍ଚô ଅଭିଯାନ ଶେଷ କରିଥିଲେ ।