ଉପରାଷ୍ଟ୍ରପତି ନିର୍ବାଚନ : ବାଣ୍ଟିକୁଣ୍ଟି ଭୋଟ୍ ଦେବ ବିଜେଡ଼ି!
ଭୁବନେଶ୍ୱର : ୱାକଫ୍ ବିଲ୍ ଭଳି ଉପରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡ଼ି ସାଂସଦମାନେ ଭୋଟ୍ ବାଣ୍ଟିଦେବେ । ଏବେଠୁ ଏହା ଜଳଜଳ କରି ଦୃଶ୍ୟମାନ ହେଲାଣି । ଏମିତିବି ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳୀୟ ହ୍ୱିପ୍ ବି ଜାରି ହୋଇପାରିବ ନାହିଁ । ସମସ୍ତେ ବିବେକାନୁମୋଦିତ ଭୋଟ୍ ଦେବେ । ତେଣୁ କିଛି ଭୋଟ୍ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରୀଷ୍ଣନ୍ ଓ କିଛି ଭୋଟ୍ ଇଣ୍ଡି ଉପରାଷ୍ଟ୍ରପତି ପ୍ରାର୍ଥୀ ସୁଦର୍ଶନ ରେଡ୍ଡୀ ପାଇବା ନିଶ୍ଚିତ ।
ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଭୋଟ୍ ଦେବେ । ସଂଖ୍ୟାଦୃଷ୍ଟିରୁ ଏନଡ଼ିଏର ପଲା ଭାରିରହିଛି । ତଥାପିବି ବିଜେଡ଼ିର ଭୋଟ୍ ଉପରେ ନଜର ରହିବା ସ୍ୱାଭାବିକ । ବିଜେଡ଼ିର ପୂର୍ବଭଳି ମୋଦି ପ୍ରୀତି ଅଛି ନା ନାହିଁ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଘୋଷଣାରୁ ସ୍ପଷ୍ଟ ହୋଇପାରିବ । ନଚେତ୍ ୱାକଫ ବିଲ୍ ଭଳି ଏହି ନିର୍ବାଚନରେ ବିଜେଡ଼ି ସଂସଦୀୟ ଦଳର ଫାଟ କେତେ ଚଉଡ଼ା ହେଲାଣି ତାହା ଜଣାପଡ଼ିବ । ଏଯାବତ୍ କେବଳ ଏନଡ଼ିଏ ପକ୍ଷରୁ ରାଜନାଥ ସିଂ ହିଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିବା ଜଣାପଡ଼ିଛି । ଇଣ୍ଡି ମେଣ୍ଟ ପକ୍ଷରୁ ନବୀନଙ୍କ ସହ ଏନେଇ କଥାବାର୍ତ୍ତା ହୋଇନାହିଁ । କାହିଁକିନା ନା ଇଣ୍ଡି ମେଣ୍ଟ ପକ୍ଷରୁ ନା ବିଜେଡ଼ି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସେହିପରି ନବୀନ ବି ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ହେବ ସେନେଇ କିଛି କହିନାହାନ୍ତି ।
ସମ୍ପ୍ରତି ରାଜ୍ୟସଭାରେ ବିଜେଡ଼ିର ୭ ରାଜ୍ୟସଭା ସାଂସଦ ଅଛନ୍ତି । ପୂର୍ବରୁ ୨ ସାଂସଦ ସୁଜିତ୍ କୁମାର ଓ ମମତା ମହନ୍ତ ବିଜେଡ଼ିରୁ ଇସ୍ତଫା ଦେଇ ବିଜେପିକୁ ଯାଇସାରିଛନ୍ତି । ଏହି ୭ ସାଂସଦ ହେଉଛନ୍ତି, ସସ୍ମିତ ପାତ୍ର, ମାନସ ମଙ୍ଗରାଜ, ଶୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ, ନିରଞ୍ଜନ ବିଶି, ଦେବାଶିଷ ସାମନ୍ତରାୟ ଓ ମୁନ୍ନା ଖାଁ । ୱାକ୍ଫ ବିଲ୍ ଭୋଟ ବେଳେ ମୁନ୍ନା ଖାଁ ବିଲ୍ ବିରୋଧରେ ଦେଇଥିବାବେଳେ ଦେବାଶିଷ ସାମନ୍ତରାୟ ଦଳୀୟ ନିଷ୍ପତ୍ତିରେ କ୍ଷୋଭ ପ୍ରକାଶ କରି ମତଦାନ କରିନଥିଲେ । ବାକି ସବୁ ସାଂସଦ ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ସ୍ପଷ୍ଟ ହୋଇଥିଲା । ଏହାକୁ ନେଇ ଦଳରେ କିଭଳି କମ୍ପନ ଅନୁଭୂତ ହୋଇଥିଲା ତାହା ସାରା ରାଜ୍ୟ ଦେଖିଛି । ସମସ୍ତେ ଭିକେ ପାଣ୍ଡିଆନଙ୍କ ଉପରେ ଦୋଷ ଲଦିବାରୁ ଶେଷରେ ନବୀନ ବାବୁ ଢାଲ ହୋଇ ଠିଆ ହୋଇଥିଲେ । ବିଜେଡ଼ିରେ ଏବେବି ସେଭଳି ହଲଚଲ ଜାରିରହିଛି । ନିକଟରେ ଇସିଆଇଙ୍କୁ ଭେଟିବାକୁ ଯାଇଥିବା ଟିମ୍ରେ ରାଜ୍ୟସଭା ସାଂସଦମାନେ ଅନୁପସ୍ଥିତ ଥିଲେ । ସୁଲତା ଦେଓଙ୍କୁ ଛାଡ଼ିଦେଲେ ବାକି କେହି ଯାଇନଥିଲେ । ସେମାନଙ୍କୁ ଦଳ ପକ୍ଷରୁ ଡକା ଯାଇନଥିବାରୁ ସେମାନେ କ୍ଷୁବ୍ଧ ଥିଲେ । ତେଣୁ ରାଜ୍ୟସଭା ସାଂସଦଙ୍କ ଆଭିମୁଖ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ କ’ଣ ରହିବ ତାହା ଉପରେ ନଜର ରହିବା ସ୍ୱାଭାବିକ କଥା ।
ଏଭଳି ସ୍ଥିତିରେ ଭିକେ ପାଣ୍ଡିଆନ୍ ନୂଆ ରଣନୀତି କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ଦଳ ପକ୍ଷରୁ ହ୍ୱିପ୍ ଜାରି କରାଯାଇପାରିବ ନାହିଁ । ସାଂସଦମାନେ ନିଜର ବିବେକାନୁମୋଦିତ ଭୋଟ ଦେବେ । ତେଣୁ ବିଜେଡ଼ି କାହାକୁ ସମର୍ଥନ କରିବ ବୋଲି କହିବ ନାହିଁ । ବରଂ ସାଂସଦଙ୍କ ଉପରେ ନିଷ୍ପତ୍ତି ଛାଡ଼ିଦେବ । ଏମିତିବି ଅଧିକାଂଶ ସାଂସଦ ଏନଡ଼ିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ମାନସିକସ୍ତରରେ ପ୍ରସ୍ତୁତ ଅଛନ୍ତି । ତେଣୁ ଏନେଇ ଘୋଷଣା କରି ଦଳ ବିଜେପି ସପକ୍ଷରେ ବୋଲି ନ୍ୟାରେଟିଭ୍ ଦେବାକୁ ଚାହିଁବ ନାହିଁ । ସେହିପରି ମୁନ୍ନା ଖାଁ ହୁଅନ୍ତୁ କି ଦେବାଶିଷ, ଏମାନେ ବିଜେପିକୁ ସମର୍ଥନ ଦେବାକୁ ଆଦୌ ଚାହୁଁନାହାନ୍ତି । ୱାକଫ ବିଲ୍ ବେଳେ ସେମାନେ ଏଭଳି ଆଭିମୁଖ୍ୟ ପୋଷଣ କରିଥିଲେ । ଅବଶ୍ୟ ସଂଖ୍ୟାଲଘୁ ହୋଇଥିବାରୁ ମୁନ୍ନା ଦ୍ଭ୭ ପୃଷ୍ଠାରେ...