ଲଭ.. ସେକ୍ସ.. ଧୋକା : ନାବାଳିକାକୁ ଗର୍ଭବତୀ କରି ଯୁବକ ଗିରଫ
ଦାନଗଦୀ : ବିବାହ କରିବା ପାଇଁ ଜଣେ ନାବାଳିକାକୁ ପ୍ରଲୋଭନ ଦେଖାଇ ଦୀର୍ଘ ୨ବର୍ଷ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିବା ପରେ ଧୋକା ଦେବା ଘଟଣାରେ କଳିଙ୍ଗନଗ ପୁଲିିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବର ମତେ ଥାନା ଅନ୍ତର୍ଗତ ଢୋଲପଥର ଗାଁର ବୁଦ୍ଧି ରାମ ଗଇପେଇଙ୍କ ପୁଅ ରାଜା (୨୦)ସ୍ଥାନୀୟ ଅଞ୍ଚଳର ବର୍ଷା (୧୬) (ଛଦ୍ମନାମ)ନାମ୍ନୀ ଜଣେ ନାବାଳିକାକୁ ୨ ବର୍ଷେ ପୂର୍ବେ ଭଲ ପାଇଥିଲା । ନାବାଳିକା ଜଣଙ୍କୁ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖିବା ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜଣାପଡିବା ପରେ ଗର୍ଭପାତ କରିବା ପାଇଁ ଧମକ ଦେଇ ଜୋର ଜବରଦସ୍ତ ଔଷଧ ଖାଇବାକୁ ଯୁବକ ରାଜା ଦେଇଥିଲା । ଏସବୁ ଘଟଣା ଜାଣି ସୁଦ୍ଧା ଝିଅର ଭବିଷ୍ୟତ ଓ ଟଙ୍କା ଲୋଭରେ ପରିବାର ନୀରବ ରହିଥିଲେ । ବାପା ମା ଝିଅର ସରଳତାର ସୁଯୋଗ ନେଇ ଗର୍ଭବତୀ କରିବା ପରେ ବାହା ହେବା ପାଇଁ ମନା କରିବାରୁ ପରିବାରର ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ରାଜାକୁ ଗିରଫ କରି ପୋସ୍କୋ କୋର୍ଟକୁ କେସ ନମ୍ବର ୨୯୭/୨୫ରେ କୋର୍ଟ ଚାଲାଣ କରିଛି ।