ମା’ହିଙ୍ଗୁଳାଙ୍କ ଯଜେ୍ଞାତ୍ସବ
ପାଣିକୋଇଲି : ଅଗ୍ନୀବର୍ଷୀ ମା’ହିଙ୍ଗୁଳାଙ୍କ ପୁଜାର୍ଚ୍ଚନା କୋରେଇର ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ପାଣିକୋଇଲି ସ୍ଥିତ ମା’ହିଙ୍ଗୁଳାଙ୍କ ପୀଠରେ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ଇତ୍ୟବସରରେ ଗୋପୂଜା, ସୂର୍ଯ୍ୟପୁଜା, ନାମଯଜ୍ଞ, ଚଣ୍ଡୀପାଠ ପରେ ଯଜ୍ଞଚରୁ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସ୍ଥାନୀୟ ଅଂଚଳର ବେଦଜ୍ଞ ବ୍ରାହ୍ମଣ ପଣ୍ଡିତ ଅକ୍ଷୟ କୁମାର ଦାଶଙ୍କ ନେତୃତ୍ୱରେ କର୍ତା ଭାବେ ରବିନ୍ଦ୍ର ପଣ୍ଡା ଓ ଗ୍ରାମବାସୀ ଭଜନ କୀର୍ତନ ସହିତ ସ୍ଥାନୀୟ ମା ଜାଗୁଳାଇଙ୍କ ପୋଖରୀରୁ ପବିତ୍ର ଜଳ ଆଣି ଘଟସ୍ଥାପନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଦିଲ୍ଲୀପ କୁମାର ମଲ୍ଲିକ, ଦେବଦତ ରାୟ, ପଂଚାନନ ଓଝା, ଦାମୋଦର ବିଶ୍ୱାଳ, ଅରୁପାନନ୍ଦ ମଲ୍ଲିକ, ଦୀପକ ନାୟକ, ମନୋଜ ମଲ୍ଲିକ, ସୁଭେନ୍ଦୁ ସିଂ, କୃଷ୍ଣ ନାୟକ, କ୍ଷୀରୋଦ ମଲ୍ଲିକ, ଅମରେନ୍ଦ୍ର ବିଶ୍ୱାଳ, ସନ୍ତୋଷ ରାୟ.ବୁଲବୁଲ ରାୟ, ଧବଳ ଓଝା, ଶ୍ରୀଧର ଓଝା, ଅନୀଲ ବିଶ୍ୱାଳ, ପ୍ରହ୍ଲାଦ ମଲ୍ଲିକ, ଆକାଶ ମଲ୍ଲିକ ପମୁଖ ପରିଚାଳନା କରିଥିଲେ । ଏଥି ସହିତ ପୁରପଲ୍ଲୀରେ ଆରମ୍ଭ ହୋଇଛି ହିଂଗୁଳା ଯାତ୍ରା । ପ୍ରତ୍ୟେକ ପୀଠରେ ଶୁକ୍ରବାର ରାତ୍ରୀରୁ କଳସ ବୁଡା କାର୍ଯ୍ୟକ୍ରମ ସରିଯାଇଛି । ଆଜି ଠାରୁ ଆରମ୍ଭ ହୋଇଛି ଯଜ୍ଞ ଓ ନାମ ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ । ଅମୃତିଆ, ପାଣିକୋଇଲି, ଓଚିନ୍ଦା, ନୁରଙ୍ଗା ଓ ସୋତି ଆଦି ଗ୍ରାମରେ ମହାସମାରୋହରେ କଳସ ବୁଡା କାର୍ଯ୍ୟକ୍ରମ କରାଯାଇଛି ।