କୁକର୍ମ ଓ ଧମକ ଘଟଣାରେ ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ 

 ଦେବଗଡ : କଲେଜ ଛାତ୍ରୀ କୁକର୍ମ ମାମଲାର ବିଚାର କରି ଅତିରିକ୍ତ ଜିଲା ଓ ଦøରାଜଜ ପ୍ରମାଣ ଅଭାବରୁ ଅଭିଯୁକ୍ତ ବାପ-ପୁଅଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ସୂଚନା ଅନୁଯାୟୀ, ଦେବଗଡ ଥାନାଞ୍ଚଳ କାଲକାଠ ଗ୍ରାମର ଦଶରୁ କିସାନଙ୍କ ପୁଅ ଗୌରାଙ୍ଗ କିସାନ(୨୩)ଦେବଗଡ ସହରର ଏକ ନିର୍ଦ୍ଦିଷ୍ଟ କଲେଜରେ ଯୁକ୍ତ ୩ ଶ୍ରେଣୀରେ ପାଠ ପଢୁଥିବା ଦେବଗଡ ଥାନାଞ୍ଚଳର ଜଣେ ଛାତ୍ରୀଙ୍କୁ ବିବାହର ପ୍ରଲୋଭନ ଦେଖାଇ କୁକର୍ମ କରିଥିଲା । ଫଳରେ ଉକ୍ତ ନାବାଳିକା ଜଣକ ୮ ମାସର ଗର୍ବବତୀ ହୋଇଥିଲେ । ଏକଥା ଜାଣିବା ପରେ ଗୌରା ଉକ୍ତ ଯୁବତୀଙ୍କୁ ବିବାହ ନକରି ଫେରାର ହୋଇଯାଇଥିଲେ । ଗୌରାଙ୍ଗଙ୍କ ପିତା ଦଶରୁ ଦେବଗଡ ଜିଲାରେ ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ବେଳେ ପୁଅ ଗୌରାଙ୍ଗଙ୍କୁ ଫେରାର ହେବାରେ ସାହାଯ୍ୟ କରିବା ସହ ପୀଡିତା ଛାତ୍ରୀଙ୍କୁ ଧମକ ଚମକ ଦେଇଥିଲେ । ଫଳରେ ପୀଡିତା କଲେଜ ଛାତ୍ରୀ ଜଣକ ୨୦୧୯ ମେ ୨୬ ରେ ଏନେଇ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଉଭୟ ବାପ-ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏଥିସହ ଉଭୟଙ୍କ ବିରୁଦ୍ଧରେ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା । ବିଚାରପତି ଏ ମାମଲାର ବିଚାର କରି ଉପଯୁକ୍ତ ପ୍ରମାଣ ଅଭାବରୁ ଅଭିଯୁକ୍ତ ବାପ-ପୁଅଙ୍କୁ ଆଜି ନିଦେ୍ର୍ଦାଷରେ ଖଲାସ କରଛନ୍ତି । ମାମଲାକୁ ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ଦିଲ୍ଲିପ ଗୁରୁ,ସିଦେ୍ଧଶ୍ୱର ଗୁରୁ ଓ ବିଜ୍ଞା ବିନମ୍ରତା ଦ୍ୱିବେଦୀ ପରିଚାଳନା କରୁଥିଲେ ।