ଚୋରି ଅଭିଯୋଗରେ ଦୁଇ କୋର୍ଟ ଚାଲାଣ
ଯାଜପୁର ସଦର : ନଳକୂପ ଚୋରି ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣକରିଛି । ଯାଜପୁର ଥାନା ବାରବାଟୀ ଗ୍ରାମର ଗଗନ ଜେନାଙ୍କ ଅଭିଯୋଗ ମତେ ଗଲା ୨ତାରିଖ ମଧ୍ୟ ରାତ୍ରୀରେ ଉଠିଥିବା ବେଳେ ଏହା ଶବ୍ଦ ଶୁଣିବା ପାଇଥିଲେ । ଦେଖିବାକୁ ପାଇଲେ ସେହି ଗ୍ରାମର ବିଜୁ ଜେନା ଓ କାଳନ୍ଦୀ ରାଉତ ନଳକୂପଟିକୁ ଚୋରି କରି ନେଇ ଯାଉଥିଲେ । ସେ ପ୍ରତିରୋଧ କରିବାଦ୍ୱାରା ଅଭିଯୁକ୍ତ ଧମକ ଚମକ ଦେଇ ନଳକୂପକୁ ନେଇଯାଇଥିଲେ । ଅଭିଯୋଗ ପରେ ଟାଉନ୍ ଥାନା ପୁଲିସ ଏକ ମାମଲା କରି ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ ଚୋରି ହେଉଥିବା ନଳକୂପଟିକୁ ଉଦ୍ଧାର କରିଥିଲେ । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।