ରାଜଧାନୀରେ ଲଭ ଜିହାଦ୍‌

love jihad in bhubaneswar

ରାଜଧାନୀରେ ଲଭ ଜିହାଦ୍‌

ଭୁବନେଶ୍ୱର, ୮ା୧୧ : ନିଜକୁ ହିନ୍ଦୁ ବୋଲି ମିଛ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କୁ ବିବାହ କରିବାକୁ ହେଲେ ମୁସଲମାନ ଧର୍ମ ପରିବର୍ତ୍ତନ କରିବା ଭଳି ସମ୍ବେଦନଶୀଳ ମାମଲା ରାଜଧାନୀରେ ଦେଖିବାକୁ ମିଳିଛି  । ଏଭଳି ଏକ ସମ୍ବେଦନଶୀଳ ଘଟଣା ନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସମୀର ମାନସୁରଙ୍କୁ ଅତି କୌଶଳର ସହ କାଶ୍ମରୀରୁ ଓଡ଼ିଶା ଡାକି ଆଣି ରାଜଧାନୀ ଭୁବନେଶ୍ୱରରେ ଗିରଫ କରିଛି  । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବିହାର ପାଟନା ଅଞ୍ଚଳର ସମୀର ମାନସୁର (୩୦) । ଏଭଳି ଏକ ଲଭ ଜିହାଦ୍‌ ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି  । ଗିରଫ ଅଭିଯୁକ୍ତ ମନସୁର ଜାମ୍ମୁ କାଶ୍ମରୀରେ ଏକ ଘରୋଇ କମ୍ପାନୀର ମେକାନିକ ଭାବେ କାମ କରନ୍ତି  ।

ସୂଚନା ଅନୁଯାୟୀ, ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଜଣେ ଯୁବତୀ ରାଜଧାନୀର ଏକ ଟ୍ରାଭେଲ ଏଜେନ୍ସିରେ କାର୍ଯ୍ୟ କରନ୍ତି  । ସମ୍ପୃକ୍ତ ଯୁବତୀ ଜଣଙ୍କ ଅନଲାଇନରେ ଫ୍ରି ଫେୟାର ଗେମ ଖେଳନ୍ତି  । ଏହି ଅନଲାଇନ ଗେମ ଜରିଆରେ ଯୁବତୀ ଜଣଙ୍କ ସମୀର ନାମକ ଜଣେ ଯୁବକଙ୍କ ସହ ୨୦୨୨ରେ ପରିଚିତ ହୋଇଥିଲେ  । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହେବା ସହ ପରସ୍ପର ଭିଡ଼ିଓ କଲ ମାଧ୍ୟମରେ କଥାବାର୍ତ୍ତା ମଧ୍ୟ ହେଉଥିଲେ  । ଆରମ୍ଭରୁ ସମୀର ନିଜକୁ ହିନ୍ଦୁ ବୋଲି ପରିଚୟ ଦେବା ସହ ୨୦୨୩ରେ ଭୁବନେଶ୍ୱର ଆସି ଯୁବତୀଙ୍କୁ ପୁରୀ ନେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ  ।  ଯୁବକ ଜଣଙ୍କ ବାରମ୍ବାର ଓଡ଼ିଶା ଆସି ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ୨୦୨୪ରେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ଯୁବକ ଜଣଙ୍କ ସେ ମୁସଲମାନ ସମ୍ପ୍ରଦାୟର ବୋଲି କହିବା ସହ ତାଙ୍କ ପ୍ରକୃତ ନାମ ସମୀର ମାନସୁର ବୋଲି କହିଥିଲେ  । ଏଥିସହ ସେ ଯଦିଓ ବିହାରରେ ଜନ୍ମିତ କିନ୍ତୁ ଅଧିକାଂଶ ସମୟ ସେ କାଶ୍ମୀରରେ ଅତିବାହିତ କରୁଥିବା ନେଇ କହିଥିଲେ । ଯୁବତୀ ଜଣଙ୍କ ଧୋକାର ଶିକାର ହେବା ଜାଣି ତୁରନ୍ତ ସମୀରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏପରିକି ସେ ଧର୍ମ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ଏହାକୁ ନେଇ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହୋଇଯିବା ସହ ଧର୍ମ ପରିବର୍ତ୍ତନ ନକଲେ ତାଙ୍କ ସହ ଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରାଇ ଦେବାର ଧମକ ଦେଇଥିଲେ  ।