ବଜ୍ରପାତରେ ୩ ଶ୍ରମିକ ଆହତ
ଖୋର୍ଦ୍ଧା ଜିଲାର ନିରାକାରପୁର ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଜଟଣୀ ଥାନା ଅନ୍ତର୍ଗତ ତୋଟାପଡ଼ା ପଦନପୁର ଗ୍ରାମର ପ୍ରତାପ ଦେହୁରୀ(୩୯)। ଅନ୍ୟ ୩ ଜଣଙ୍କର ପରିଚୟ ମିଳିପାରିନାହିଁ। ତେବେ ମୃତକ ଦେହୁରୀଙ୍କ ଘର ପଦନପୁରରେ ହୋଇଥିବା ବେଳେ ସେ ପ୍ରାୟ ୧୦ ବର୍ଷ ହେଲା ଜଙ୍କିଆ ମୁଣ୍ଡାଆମ୍ବ ଗ୍ରାମରେ ନିଜ ଶ୍ୱଶୁର ଘରେ ରହିଆସୁଥିଲେ।