ଆଇପିଏସସ୍ତରରେ ବଡ଼ ଧରଣର ଅଦଳବଦଳ ବଦଳିଲେ ଦୈତନଗରୀ ଡିସିପି

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏସ୍ ଏମ୍ ନରୱାଣେଙ୍କୁ ଓଏଚଆରସିର ସ୍ୱତନ୍ତ୍ର ଡିଜି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ପ୍ରିଣ୍ଟିଙ୍ଗ ଷ୍ଟେସନାରୀ ଓ ପବ୍ଲିକେସନର ନିଦେ୍ର୍ଦଶକ ଭାବେ, ଜତିନ୍ଦ୍ର କୋୟଲଙ୍କୁ ଏଚଆରପିସି ଏଡିଜି ଭାବେ ବଦଳି କରାଯାଇଛି । ଅପରପକ୍ଷରେ ଏସ୍ ପ୍ରବୀଣ କୁମାରଙ୍କୁ କଟକ ସେଣ୍ଟ୍ରାଲ ରେଞ୍ଜର ଆଇଜିପି ଭାବେ, ନରସିଂହ ଭୋଳଙ୍କୁ ଭୁବନେଶ୍ୱର କଟକର ଅତିରିକ୍ତ ସିପି ଭାବେ ଦାୟିତ୍ୱ ଦିଆଯାଇଛି । ଡ. ଦୀପକ କୁମାରଙ୍କୁ ଅପ୍ରେସନ ଆଇଜିପି ଭାବେ, ଜୟନାରାୟଣ ପଙ୍କଜଙ୍କୁ ଗୁଇନ୍ଦା ବିଭାଗର ଆଇଜିପି ଭାବେ ନିଯୁକ୍ତି ଦିଆଯାଇଛି । ଡ. ସାର୍ଥକ ଷଡଙ୍ଗୀଙ୍କୁ ସିଆଇଡି ସିବିର ଆଇଜିପି ଭାବେ, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜର ଆଇଜିପି ଭାବେ, ଡ. ଉମାଶଙ୍କର ଦାଶଙ୍କୁ ହୋମଗାର୍ଡ ଓ ଅଗ୍ନିଶମ ବାହିନୀର ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି ।
ଏତଦ ବ୍ୟତୀତ ଅଖିଳେଶ୍ୱର ସିଂଙ୍କୁ ଦକ୍ଷିଣ-ପଶ୍ଚିମ ରେଞ୍ଜର ଡିଆଇଜି ଭାବେ, ଚରଣ ସିଂ ମୀନାଙ୍କୁ ପ୍ରୋଭିଜନିଂ ଡିଆଇଜି ଭାବେ, ପିନାକ ମିଶ୍ରଙ୍କୁ ଏସଟିଏଫ ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଯୁଗଳ କିଶୋର କୁମାର ବନୋଥଙ୍କୁ ପର୍ସୋନେଲେ ଡିଆଇଜି, ବଟୁଲା ଗଙ୍ଗାଧରଙ୍କୁ ସିଆଇଡି ସିବି ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଜଗମୋହନ ମୀନାଙ୍କୁ ଭୁବନେଶ୍ୱର ଡିସିପି ଭାବେ, ବିବେକାନନ୍ଦ ଶର୍ମାଙ୍କୁ କଟକ ରେଲୱେ ଏସପି ଭାବେ, ଖିଲାରୀ ରିସିକେଶ ଦ୍ୟାନଦେଓଙ୍କୁ କଟକ ଡିସିପି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ଅବିଳାଶ. ଜିଙ୍କୁ ବଲାଙ୍ଗୀର ଏସପି, ନାଗରାଜ ଦେବୋରକୋଣ୍ଡାଙ୍କୁ କଳାହାଣ୍ଡି ଏସପି, ରାହୁଲ ଗୋଏଲଙ୍କୁ ବୌଦ୍ଧ ଏସପି, ଅଙ୍କୀତ କୁମାର ବର୍ମାଙ୍କୁ ଭୁବନେଶ୍ୱର ୟୁପିଡି ଅତିରିକ୍ତ ଡିସିପି, କାଶ୍ୟପ ପାର୍ଥ ଜଗଦିଶଙ୍କ ଜୟପୁର ଏସଡିପିଓ, ଅମ୍ରିତପାଲ ସିଂଙ୍କୁ ଖୋର୍ଦ୍ଧା ଅତିରିକ୍ତ ଏସପି, ଅମି୍ରତପାଲ କୌରଙ୍କୁ ଭୁବନେଶ୍ୱର ୟୁପିଡି ଅତିରିକ୍ତ ଡିସିପି ଓ ସୋନାଲି ସିଂ ପରମରଙ୍କୁ ଭୁବନେଶ୍ୱର ୟୁପିଡି ଏସିପି ଭାବେ ନିଯୁକ୍ତି ଦିଆଯାଇଛି ।