ପାକକୁ ସହଯୋଗ କରିଥିଲା ତୁର୍କୀ

ଭାରତ ଉପରେ ପାକ୍ ଆକ୍ରମଣ କରିଥିବାବେଳେ ଏଥିରେ ତୁର୍କୀ ସିଧାସଳଖ ସହଯୋଗ କରିଥିଲା  । ତୁର୍କୀ ୩୫୦ରୁ ଉଦ୍ଧ୍ୱର୍ ଡ୍ରୋନ ପଠାଇବା ସହ ଏହାକୁ ପରିଚାଳନା କରିବା ପାଇଁ ତୁର୍କୀ ସେନାର କିଛି ଯବାନ ବି ଆସିଥିଲେ  । ‘ଅପରେସନ ସିନ୍ଦୁର’ରେ ତୁର୍କୀର ଦୁଇ ଯବାନ ବି ମରିଥିବା ଜାଣିବାକୁ ମିଳିଛି । ତୁର୍କୀର ସାମରିକ ପରାମର୍ଶଦାତା ଲଢ଼େଇ ସମୟରେ ନିୟମିତ ଭାବେ ପାକ୍ ଆର୍ମି ସହ ଯୋଗସୂତ୍ରରେ ଥିଲେ  । ଡ୍ରୋନ ଆକ୍ରମଣରେ ସେ ପରାମର୍ଶ ଦେଉଥିଲେ  । ପାକ୍ ବେରକ୍ତର ଟିବି ୨ ଓ ୱାଇଆଇଏଚଏ ଡ୍ରୋନ ବ୍ୟବହାର କରିଥିଲା  । ତୁର୍କୀ ଏବେ ପାକ୍ ସେନାକୁ ପ୍ରଶିକ୍ଷଣ ମଧ୍ୟ ଦେଉଛି  ।  ତୁର୍କୀର ଏଭଳି ଆଭିମୁଖ୍ୟକୁ ନେଇ ଭାରତରେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ବୟକଟ ତୁର୍କୀ ବୋଲି ହାସଟାଗ ଟ୍ରେଣ୍ଡିଂ ହେବାରେ ଲାଗିଛି  ।