ଶ୍ରୀରାମ ନବମୀ ପାଳନ ପ୍ରସ୍ତୁତି
ଭଦ୍ରକ: ଭଦ୍ରକର ଦ୍ୱିତୀୟ ମହାଗଣ ପର୍ବ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏସ୍ପି ମାଡ଼କର ସନ୍ଦୀପ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଏସପିଡିଆଇବି ଅଂଶୁମାନ ଦ୍ୱିବେଦୀ, ସିଟି ଡିଏସ୍ପି. ସମ୍ବିତ ମାଝୀ, ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖଣ୍ଟିଆ, ଡେପୁଟୀ କଲେକ୍ଟର କର୍ତିାକନାଥ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟସୂଚୀ ଆଧାରରେ ପ୍ରଥମେ ଶ୍ରୀରାମ ମହାଯଜ୍ଞ କମିଟିର ସମ୍ପାଦକ ଶରତ ପଢ଼ିଆରୀ ଶ୍ରୀରାମ ନବମୀ ମହୋତ୍ସବ ପାଳନର କାର୍ଯ୍ୟକ୍ରମ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ମାର୍ଚ୍ଚ ୨୩ରୁ ମାତୃଭୂମି ପାଇଁ ଗଣଦୌଡରୁ ମହୋସôବ ପାଳନ ଆରମ୍ଭ ହେବ । ୩୦ ରୁ ୬ ପର୍ଯ୍ୟନ୍ତ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର ବସିବ । ଶାନ୍ତି ଶୃଙ୍ଖଳାର ସହିତ ଏହି ମହୋତ୍ସବ ପାଳନ ପାଇଁ ସୁ ବ୍ୟବସ୍ଥା ଆଦି ବିଷୟରେ କମିଟିର ସଭାପତି ନିତ୍ୟାନନ୍ଦ ନାୟକ, ମେଢ଼ କମିଟି ସଂଯୋଜକ ତୁଷାରକାନ୍ତ ଦାସ, କମିଟି ସଦସ୍ୟ ଜଗନ୍ନାଥ ଦାସ, ହିନ୍ଦୁ ସୁରକ୍ଷା ସମିତିର ସଭାପତି ବିଦ୍ୟାଧର ସାହୁ, ଶାନ୍ତି କମିଟି ସଦସ୍ୟ ଅତିସ୍ କୁମାର ବେହେରା, ଗୌରାଙ୍ଗ ପଣ୍ଡା, ସୁଧାକର ରାଉତ ପ୍ରମୁଖଙ୍କ ପ୍ରସ୍ତାବ ମତେ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିଦେ୍ର୍ଦଶ ପ୍ରଦାନ କରିଥିଲେ । ମୁସଲିମ୍ ଜମାତ୍ର ସଦସ୍ୟ କର୍ମକର୍ତା ଓ ସମ୍ପାଦକ ମୋକିତ ଖାଁଙ୍କ ସମେତ ଏହି ପର୍ବ ପାଳନରେ ସେମାନଙ୍କର ସମ୍ପୁର୍ଣ୍ଣ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ । ପର୍ବ ପାଳନରେ ଶାନ୍ତି ଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଆଦି ପାଇଁ ପୋଲିସ ମୂତୟନ ବ୍ୟାବସ୍ଥା, ସିସିଟିଭି, ପୋଲିସ୍ କଣ୍ଟ୍ରୋଲ ରୁମ୍, ସାମାଜିକ ଗଣ ମାଧ୍ୟମର ଦୂରୁପଯୋଗ ଉପରେ କାର୍ଯ୍ୟାନୁଷ୍ଠାନ, ଡ଼୍ରୋନ୍ର ବ୍ୟବହାର, କେନ୍ଦ୍ରୀୟ ସୁରକ୍ଷା ବଳ ମୂତୟନ ଆଦି ଉପରେ ଏସ୍ପି ଏବଂ ଏଏସ୍ପି ସୂଚନା ପ୍ରଦାନ କରିଥିଲେ ।