ମା’ବିରଜାଙ୍କ ରଥଯାତ୍ରା ପ୍ରସ୍ତୁତି ବୈଠକ
ାା ପ୍ରଭାନୁ୍ୟଜ ।ା ଯାଜପୁର ଟାଉନ: ଆସନ୍ତା ଦୁର୍ଗାପୂଜା ଉତ୍ସବରେ ମା’ ବିରଜାଙ୍କ ରଥଯାତ୍ରା ନିମିତ ପ୍ରସ୍ତୁତି ବୈଠକ ଶ୍ରୀ ବିରଜା ସେବା ସମିତି ସଭାପତି ବିଶ୍ୱମ୍ଭର ମିଶ୍ରଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ପାଠୀ ଗତ ବୈଠକ ବିବରଣୀ ପାଠ କରିଥିଲେ । ମା’ବିରଜାଙ୍କର ମହାସପ୍ତମୀ ଅକ୍ଟୋବର ୯ତାରିଖ, ମହାଷ୍ଟମୀ ୧୦ତାରିଖ ଓ ମହାନବମୀ ୧୧ତାରିଖ ପଡ଼ୁଛି । ତେଣୁ ସମିତିର କାର୍ଯ୍ୟକ୍ରମ କ’ଣ ହେବ ତାହା ଆଲୋଚନା କରିବାକୁ ଉପସଭାପତି ପ୍ରମୋଦ କୁମାର ଦ୍ୱିବେଦୀ କହିଥିଲେ । ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ମହାସପ୍ତମୀ, ମହାଅଷ୍ଟମୀ, ମହାନବମୀରେ ମା’ବିରଜାଙ୍କ ଧାରାବିବରଣୀ ପ୍ରଦାନ କରାଯିବ ଓ ଭଜନ ସମାରୋହ ଅନୁଷ୍ଠିତ ହେବ । ମହାଷ୍ଟମୀରେ ମନ୍ଦିର ପରିସରରେ ମା’ଙ୍କ କାନିକା ପ୍ରସାଦ ବଣ୍ଟନ ହେବ । ରଥଟଣା ବେଳେ ଭକ୍ତମାନଙ୍କୁ ପାନୀୟ ଜଳ ବଣ୍ଟନ କରାଯିବ । ଆସନ୍ତା ବୈଠକ ସେପ୍ଟେମ୍ବର ୨୨ତାରିଖରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଥିଲା । ସଭାପତି ନୂତନ ସଭ୍ୟ ସର୍ବଶ୍ରୀ ଅଜୟ କୁମାର ନନ୍ଦ, ଶ୍ରୀନିବାସ ତି୍ରପାଠୀ, କୌସ୍ତୁବ ଦେବଦତ ମଲ୍ଲିକ, ମିନକେତନ ବେହୁରିଆ, ବିରଞ୍ଜି ନାରାୟଣ ପାଠୀ, ସେବତୀ ମିଶ୍ର, ପଦ୍ମଶ୍ରୀ ବିଜୟ ମହାରଣା, ଇଂ.ବିଶ୍ୱନାଥ ମଲ୍ଲିକ, ଇ.ସି.ମଣି, ବିଭୁଦତ ମିଶ୍ର, ଜ୍ଞାନରଞ୍ଜନ ସାମଲ, ସଞ୍ଜୟ କୁମାର ଧଳ ପ୍ରମୁଖଙ୍କୁ ସ୍ୱାଗତ କରିଥିଲେ । ଆଲୋଚନାରେ ଯୁଗ୍ମ ସମ୍ପାଦକ ସୁବାସ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ୍ଷ ହରିହର ବେହେରା, ବସନ୍ତ କୁମାର ଦାସ, ବିଷ୍ଣୁ ଚରଣ ଲେଙ୍କା, ବ୍ରହ୍ମାନନ୍ଦ ସ୍ୱାଇଁ, ମଧୁସୂଦନ ମହାନ୍ତି, ଗଦାଧର ରାଉତ, ରାମକୃଷ୍ଣ ବେହୁରିଆ, ମିହିର ରଂଜନ ନାୟକ, ଭରତ କୁମାର ସାହୁ, ପ୍ରମୋଦ କୁମାର ନାୟକ, ଜଗତ୍ ନାୟକ, ନୃସିଂହ ଚରଣ ଜେନା, ଲକ୍ଷ୍ମୀନାରାଣ ପତି, ଗୋପୀନାଥ ସେଠୀ, ମଳୟ କୁମାର ପଣ୍ଡା, ସୁଧାରଞ୍ଜନ ପଣ୍ଡା, ଦେବୀପ୍ରସାଦ ପାଣି, ବିରଜା ପ୍ରସାଦ ପାଣି, ବରିଷ୍ଠ ସଭ୍ୟ ନୃସିଂହ ଚରଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।