ପେନସନ ମାରଣ ନୀତି ବିରୁଦ୍ଧରେ ପ୍ରତିବାଦ

 ଧର୍ମଶାଳା : ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ କେନ୍ଦ୍ର ଅନୁରୂପ ଚିକିତ୍ସା ଭତ୍ତା ଓ ରାଜ୍ୟ ପେନସନର ମାନେ ପୋଷ୍ଟକାର୍ଡ ଅଭିଯାନରେ ସାମିଲ ହୋଇ ମହାସଂଘର ୧୧୨ଟି ଶାଖା ସଙ୍ଘ ପକ୍ଷରୁ ଏହାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ବର୍ଷ ମାର୍ଚ୍ଚ ୨୫ତାରିଖରେ ସଂସଦରେ ଅର୍ଥ ଆଇନ-୨୦୨୫ର ଚତୁର୍ଥ ପରିଚ୍ଛେଦକୁ ସଂଶୋଧନ କରି କେନ୍ଦ୍ର ଓ ରାଜ୍ୟ ପେନସନରମାନଙ୍କ ନିମନ୍ତେ ଥିବା ପେନସନ ଅଭିବୃଦ୍ଧିକୁ ବନ୍ଦ କରାଯାଇଛି । ଅବିଳମ୍ବେ ଏହାର ବିହିତ ପଦକ୍ଷେପ ଗ୍ରହଣ କରାନଗଲେ ଅଖିଳ ଭାରତ ରାଜ୍ୟ ସରକାରୀ ପେନସନର ମହାସଂଘ ଆହ୍ୱାନ ଓ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ନିତ୍ତତି ଅନୁସାରେ ଆସନ୍ତା ମାସ ଜୁଲାଇ ୨୫ତାରିଖରେ ଦେଶବ୍ୟାପି ପ୍ରତିବାଦ ଦିବସ ଓଡିଶାର ପେନସନରମାନେ ସାମିଲ ହେବେ ବୋଲି ମହାସଂଘ ଚେତାବନୀ ଦେଇଛି । ନିୟମକୁ ସଂଶୋଧନ କରି ପୂର୍ବ ଭଳି ପେନସନ ଅଭିବୃଦ୍ଧିର ନିୟମକୁ ଚାଲୁ ରଖିବା ପାଇଁ ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଧର୍ମଶାଳା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ ଓ ଜିଲାପାଳଙ୍କ ମାଧ୍ୟମରେ ସ୍ମାରକପତ୍ର ପ୍ରଦାନ କରାଯିବା ନେଇ ପେନସନର ସାମିଲ ହେବା ପାଇଁ ସଙ୍ଘର ସଭାପତି ଆଶାତରୁ ନାୟକ, ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଭିକାରୀ ଚରଣ ମଲିକ ଓ ବଟକୃଷ୍ଣ ସାହୁ ନିବେଦନ କରିଛନ୍ତି ।