କବାଟବନ୍ଧ-ମଞ୍ଜୁରୀପଡା ରାସ୍ତା ଖାଲଖମାରେ ଭର୍ତ୍ତି


ାା ପ୍ରଭାନୁ୍ୟଜ ।ା କବାଟବନ୍ଧ: କବାଟବନ୍ଧ-ଜାରକା ନଦୀବନ୍ଧ ପୂର୍ତ୍ତ ବିଭାଗ ରାସ୍ତାଟି ଧର୍ମଶାଳା ବ୍ଲକର ଏଣ୍ଡଳବା ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ପର୍ଯ୍ୟନ୍ତ ନଦୀ ବନ୍ଧ ରହିଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାସ୍ତାର ଏଣ୍ଡଳବା ପଞ୍ଚାୟତ ମାଳହାଟ ଠାରୁ ରେଖିଦେଇପୁର ପଞ୍ଚାୟତର ପାଇକରାପୁର ପର୍ଯ୍ୟନ୍ତ ପ୍ରାୟ ୨କିଲୋମିଟର ପର୍ଯ୍ୟନ୍ତ ଏହି ନଦୀବନ୍ଧ ରାସ୍ତାରେ ଅତ୍ୟଧିକ ଭାରୀଯାନ ଚାଲିବା ଫଳରେ ରାସ୍ତାରେ ଖାଲଖମା ହୋଇଯାଇଛି । ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ତ୍ତ ବିଭାଗ ରାସ୍ତା ସମ୍ପ୍ରସାରଣ ଓ ନିର୍ମାଣ କରିବାପାଇଁ ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ ଅଧପନ୍ତୁରିଆ ଖଣ୍ଡିଆ ହୋଇ ପଡ଼ିରହିଛି । ସେହି ରାସ୍ତାର ଦୁଇ ପାର୍ଶ୍ୱରେ ଠିକାଦାର କେଲୁଅ ମାଟି ପକାଇ କାମକୁ ବନ୍ଦ ରଖିଛନ୍ତି । ଯାହା ଫଳରେ ରାସ୍ତାରେ କେଲୁଅ ମାଟି ଧୋଇହୋଇ ପାଣି ଜମିରହି ଭାରିଯାନ ଚାଲିବା ଫଳରେ ରାସ୍ତାରେ ବଡ଼ବଡ଼ ଖାଲ ସୃଷ୍ଟି ହେଉଛି । ରାସ୍ତା ଭାଙ୍ଗିରୁଜି ଯିବା ସହିତ ନଦୀ ବନ୍ଧକୁ ଦୁର୍ବଳ କରୁଛି । ଏପରି ସ୍ଥଳେ ବର୍ଷା ଦିନରେ ପାଣି କାଦୁଅରେ ଭର୍ତ୍ତି ଏହି ରାସ୍ତାରେ ମଟର ସାଇକେଲ ଠାରୁ ଆରମ୍ଭ କରି ଚାରିଚକିଆ ଯାନ ନେଇ ଯିବା ଆସିବା କଷ୍ଟକର ହୋଇପଡୁଛି । ପୂର୍ବରୁ୧୯୬୦ ମସିହାରେ ଏହି ସ୍ଥାନରେ ନଦୀବନ୍ଧ ଭାଙ୍ଗି ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ଏହା ଯାଜପୁର ଜିଲାର ସୀମାନ୍ତ ଏବଂ ପଡ଼ୋଶୀ ଢେଙ୍କାନାଳ ଜିଲାର ପ୍ରବେଶ ପିଙ୍ଗୁଆକୁ ସଂଯୋଗ କରୁଛି । ରାସ୍ତା ଶୋଚନୀୟ ହୋଇଥିବାରୁ ଦୈନିକ ଶହଶହ ଲୋକ ଯିବାଆସିବା ସହିତ ସ୍କୁଲ କଲେଜ ଛାତ୍ରଛାତ୍ରୀ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଛାତ୍ରଛାତ୍ରୀ ସ୍କୁଲ କଲେଜ ୟୁନିଫର୍ମ ପିନ୍ଧି ଯିବା ଆସିବା ସମୟରେ ଗାଡି ଗୁଡ଼ିକ ଜୋରରେ ଯିବା ଆସିବା କାରଣରୁ ପାଣି କାଦୁଅ ଛିଟିକି ପିଲା ମାନଙ୍କ ଡ୍ରେସ ମଧ୍ୟରେ କାଦୁଅ ଛିଟିକା ପଡୁଛି । ସ୍କୁଲର ଛାତ୍ରଛାତ୍ରୀ ରାସ୍ତାରେ ଯିବାଆସିବା କରିବାକୁ ସୁରକ୍ଷିତ ମଣୁନାହାଁନ୍ତି । ନଦୀ ବନ୍ଧର ସୁରକ୍ଷା ଏବଂ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ଆଖି ଆଗରେ ରଖି ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।