ବିରାଜିବେ ମାଆ ଗଜଲକ୍ଷ୍ମୀ ବାଲିଚନ୍ଦ୍ରପୁର ବଜାର ଚଳଚଞ୍ଚଳ

ବିରାଜିବେ ମାଆ ଗଜଲକ୍ଷ୍ମୀ ବାଲିଚନ୍ଦ୍ରପୁର ବଜାର ଚଳଚଞ୍ଚଳ

ାା ପ୍ରଭାନୁ୍ୟଜ ।ା ବାଲିଚନ୍ଦ୍ରପୁର: ରାତି ପାହିଲେ ପୂଜା ପାଇବେ ମାଆ ଗଜଲକ୍ଷ୍ମୀ । ଅବିଭକ୍ତ କଟକ ଜିଲାର ଏକ ପ୍ରମୁଖ ବଜାର ଭାବେ ପରିଗଣିତ ବାଲିଚନ୍ଦ୍ରପୁର ବଜାର । ମାହାଙ୍ଗା, ବଡଚଣା, ବରୀ ଡେରାବିଶ ଅଞ୍ଚଳର ଜନସାଧାରଣ ନିଜର ନିତିଦିନିଆ ଆବଶ୍ୟକତା ପୂରଣ ପାଇଁ ଏହି ବଜାର ଉପରେ ନିର୍ଭର କରିଥାନ୍ତି । ଶତାଧିକ ବର୍ଷ ଧରି ଏହି ବଜାର ଓ ଏହାର ଆଖପାଖ ଅଞ୍ଚଳରେ ମାଆ ଗଜଲକ୍ଷ୍ମୀଙ୍କ ମୃଣ୍ମମୟୀ ମୂର୍ତ୍ତି ପୂଜା ପାଇଥାନ୍ତି । ଏବର୍ଷ ମଧ୍ୟ ଏହି ଅବସରରେ ୨୦ରୁ ଊର୍ଦ୍ଧ୍ୱ ପ୍ରତିମୂର୍ତ୍ତି ଶିଳ୍ପୀର ଶେଷ ସ୍ପର୍ଶ ପାଇଲେଣି । ଏଥି ମଧ୍ୟରୁ ମୁଖ୍ୟ ଗଜଲକ୍ଷ୍ମୀ ବଜାର, ମଙ୍ଗଳା ବଜାର, ମଲ୍ୟାବୁଢୀ ବଜାର, ଶ୍ୟାମସୁନ୍ଦର ବଜାର, କୂଆଁପାଲ ରୋଡ, କଲେଜ ରୋଡ, ପତରାଜପୁର ବଜାର ଓ ବାଲିଚନ୍ଦ୍ରପୁର ଗାଁ ନାନପୁର ପାଟଣାର ମୂର୍ତ୍ତିମାନ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବଜାର ମାନଙ୍କରେ ମୂର୍ତ୍ତି ବ୍ୟତୀତ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ତୋରଣ ନିର୍ମିତ ହୋଇସାରିଛି । ଏହି ସବୁ ବଜାର କମିଟି ପକ୍ଷରୁ ପରିଚାଳନା କମିଟିର ମୁଖ୍ୟ ଚୌଧୁରୀ ଧିରେନ୍ଦ୍ର କୁମାର ପରିଡା, ପ୍ରମୋଦ କୁମାର ସାହୁ, ପ୍ରବାସ ଦାସ, ବ୍ରଜକିଶୋର ଜେନା, ଚନ୍ଦ୍ରମଣି ସାହୁ, ବଟକୃଷ୍ଣ ଯେନା, ବିଶ୍ୱପ୍ରକାଶ ସାମଲ, ଦାମୋଦର ସେନ୍, କାର୍ତ୍ତିକ ସାହୁ ପ୍ରମୁଖଙ୍କୁ ନେଇ ପୂଜା ସମୟର ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏକ ବୈଠକ ମାଆ ମଲ୍ୟାବୁଢୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଥାନା ଅଧିକାରୀଙ୍କୁ ସମସ୍ତ କମିଟିର ନେତୃବୃନ୍ଦଙ୍କ ପକ୍ଷରୁ ପୂଜାର ଭିଡକୁ ଆଖି ଆଗରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଥିଲା ।