ପୂର୍ତ୍ତ ବିଭାଗ-ଠିକାଦାର ମଧୁଚନ୍ଦ୍ରିକାରେ ଚାଲିଛି ପ୍ରଶସ୍ତିିକରଣ , ଅବଧି ପରେ ବି ଅଧା ରହିଛି ରାସ୍ତା
ାା ପ୍ରଭାନୁ୍ୟଜ ।ା ଯାଜପୁର: ଯାଜପୁର ଜିଲାର ବିଞ୍ଝାରପୁର ଏବଂ ବରୀ ବ୍ଲକ୍କୁ ସଂଯୋଗ କରୁଥିବା ରାସ୍ତା ମଧ୍ୟରୁ କପିଳା ସୟଦପୁର ଭାୟା ବାଙ୍କିପାଳ ଘଣ୍ଟିଆଳ ରାସ୍ତା ହେଉଛି ଅନ୍ୟତମ । ଯେଉଁ ରାସ୍ତା ଉପରେ ଉଭୟ ବ୍ଲକର ହଜାର ହଜାର ଲୋକ ଦୈନନ୍ଦିନ ଯିବା ଆସିବା କରିଥାନ୍ତି । ଦୁଇ ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଗଲା ସରକାର ପଦକ୍ଷେପ ନେଇଥିଲେ । ପୂର୍ତ୍ତ ବିଭାଗ ଅଧିନ ଏହି ରାସ୍ତା ପ୍ରଶସ୍ତି କରଣ ନିମନ୍ତେ ୪ କୋଟି ୭୦ଲକ୍ଷ ବିନିଯୋଗ କରିବା ପୂର୍ବକ ଟେଣ୍ଡର କରିଥିଲା । ଠିକାଦାର ସୁରେନ୍ଦ୍ର କୁମାର ଜେଠୀ କାର୍ଯ୍ୟାଦେଶ ପାଇଥିଲେ । ସଂପୃକ୍ତ ରାସ୍ତା କାର୍ଯ୍ୟ ତା ୭ା୯ା୨୦୨୩ରେ ଆରମ୍ଭ ହୋଇ ତା୬ା୩ା୨୦୨୪ରେ ସାରିବାକୁ ନିଦ୍ଧାର୍ଯ୍ୟ କରାଯାଇଥିଲା । ଯାହା ଫଳକରେ ବି ଉଲ୍ଲେଖିତ ରହିଛି । ହେଲେ ପୂର୍ତ୍ତ ବିଭାଗ-ଠିକାଦାର ମଧୁଚନ୍ଦି୍ରକା ଯୋଗୁ ଅବଧି ଶେଷ ପରେ ବି ସଂପୃକ୍ତ ରାସ୍ତା ଅଧା ହୋଇନି । ଅବଧି ପୁରି ୧୦ମାସ ଅତିକ୍ରାନ୍ତ କରିଗଲାଣି । କିନ୍ତୁ ଠିକାଦାର କାର୍ଯ୍ୟଶେଷ କରିବାକୁ ଆଗଭର ହେଉନାହାନ୍ତି । ଏପରିକି ଠିକାଦାର ରାସ୍ତା କାର୍ଯ୍ୟରେ ଅନିୟମିତତା କରୁଥିଲେ ବି ବିଭାଗୀୟ ଅଧିକାରୀ ନିରବ ସମର୍ଥନ କରୁଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଅଧପନ୍ତରିଆ ଅବସ୍ଥା କାରଣରୁ ଲୋକେ ଖଣ୍ଡିଆ ଖାବରା ରାସ୍ତା ଉପରେ ଚଳପ୍ରଚଳ କରି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅବଧି ସରି ଯାଇଥିବା ବେଳେ ରାସ୍ତା କାମ କାହିଁକି ସରି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଞ୍ଚଳବାସୀଙ୍କ ଗମନା ଗମନର ଏହା ମୁଖ୍ୟ ରାସ୍ତା ଥିବାରୁ ସ୍କୁଲ୍ କଲେଜ୍ ପିଲା ମାନେ ଏହି ରାସ୍ତା ଦେଇ ଯିବା ଆସିବା କରିବାକୁ ବାଧ୍ୟ ହେଉଛନ୍ତି । ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଅଞ୍ଚଳବାସୀ ନାକେଦମ ହୋଇସାରିଥିଲେ ହେଁ କିଛି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ରାସ୍ତା କାର୍ଯ୍ୟ କେବେ ସରୁଛି ତାକୁ ସମସ୍ତଙ୍କ ଅପେକ୍ଷା ।