ମା’ ଉଗ୍ରତାରାଙ୍କ ଷୋଡ଼ଶ ପୂଜା

ମା’ ଉଗ୍ରତାରାଙ୍କ ଷୋଡ଼ଶ ପୂଜା


ାା ପ୍ରଭାନୁ୍ୟଜ୍ ।ା ଖୋର୍ଦ୍ଧା,୧୪ା୯: ଆଜି ଥିଲା ଆଶ୍ୱିନ ଶୁକ୍ଳପକ୍ଷ ମୂଳାଷ୍ଟମୀ ଅର୍ଥାତ୍ ପାର୍ବଣର ପ୍ରଥମ ପର୍ବ । ଏହି ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ବିଭିନ୍ନ ଶକ୍ତିପୀଠରେ ମା’ ଉଗ୍ରତାରାଙ୍କ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ଓଡିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ମା' ଉଗ୍ରତାରାଙ୍କ ପୀଠ ଅନ୍ୟତମ । ଶାରଦୀୟ ଉତ୍ସବରେ ମା'ଙ୍କ ପୀଠରେ ଷୋଳଦିନ ବ୍ୟାପୀ ପ୍ରତ୍ୟହ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ତନ୍ତ୍ରପାଠ, ଚଣ୍ଡୀପାଠ, ନବଗ୍ରହ ପୂଜା ଓ ଦଶମହାବିଦ୍ୟା ପାଠ କରାଯାଇଥାଏ । ଏହି ପାର୍ବଣ ଅବସରରେ ମା'ଙ୍କୁ ସ୍କନ୍ଧମାତା, ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଂଟା, କୁଷ୍ମାଣ୍ଡ, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ, ସିଦ୍ଧିଦାତ୍ରୀ ବେଶରେ ସଜ୍ଜିତ କରାଯାଇ ଥାଏ । ଗ୍ରହରାଜ ବୃହସ୍ପତିଙ୍କ ଇଷ୍ଟଦେବୀ ହେଉଛନ୍ତି ମା' ଉଗ୍ରତାରା । ତେଣୁ ଗ୍ରହଶାନ୍ତି ପାଇଁ ଶ୍ରଦ୍ଧାଳୁମାନେ ଏହି ପାର୍ବଣରେ ମା'ଙ୍କ ଶରଣାପନ୍ନ ହୋଇଥାନ୍ତି ।