ମଧୁସୂଦନ ପାଢ଼ୀ ନେଲେ ଦାୟିତ୍ୱ

ଭୁବନେଶ୍ୱର: ଅଷ୍ଟମ ରାଜ୍ୟ ନିର୍ବାଚନ କମିଶନରଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୧ ବ୍ୟାଚ ଆଇଏଏସ ଅଫିସର ମଧୁସୂଦନ ପାଢ଼ୀ । ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ଏହି ଅବସରରେ ନୂତନ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ କହିଛନ୍ତି ଯେ ଏହା  ଏକ ଗୁରୁ ଦାୟିତ୍ୱ । ପୌର ଓ ପଞ୍ଚାୟତ ନିର୍ବାଚନ ସୁରୁଖୁରୁରେ କରିବା ପାଇଁ ଧ୍ୟାନ ଦେବି ।