ନିଲାମ ହେଲା ଅର୍ପଣ ଚାଉଳ, ଜାଣନ୍ତୁ କେତେ ଦରରେ ?

shreemandir aprana rice

ନିଲାମ ହେଲା ଅର୍ପଣ ଚାଉଳ, ଜାଣନ୍ତୁ କେତେ ଦରରେ ?

ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅର୍ପଣ ଚାଉଳ ନିଲାମ ହୋଇଛି  । ୨ କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ କରାଯାଇଛି  । କୁଇଣ୍ଟାଲ ପିଛା ୨୭୮୦ ଟଙ୍କାରେ ଚାଉଳ ନିଲାମ ହୋଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି  । ୧୦ ହଜାର ୩୨୨ କୁଇଣ୍ଟାଲ ଚାଉଳ ନିଲାମ ହୋଇଥିବା ଜଣାପଡ଼ିଛି  । 

ସୂଚନାଯୋଗ୍ୟଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଚାଉଳ ସଂଗ୍ରହ କରାଯାଇଥିଲା  । ଭକ୍ତମାନେ ସ୍ୱଇଚ୍ଛାରେ ଗୁଆ, ଚାଉଳ ଓ ନଡ଼ିଆ ଆଦି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦେଇଥିଲେ  । ତେବେ ଅରୁଆ ଓ ଉଷୁନା ଚାଉଳ ମିଶିକି ରହିଥିବାରୁ ତାହାକୁ ମହାପ୍ରସାଦରେ ବ୍ୟବହାର କରାଯାଇପାରିନଥିଲା  । ପରେ କିଛିଦିନ ଖେଚେଡ଼ି କରାଯାଇ ମାଗଣାରେ ବିତରଣ କରାଯାଇଥିଲା  । କିନ୍ତୁ ପରେ ତାହା ବି ବନ୍ଦ ହୋଇଯାଇଥିଲା  । ଚାଉଳ ଦୀର୍ଘଦିନ ରହିଯିବାରୁ ସେଥିରେ ପୋକ ବି ଲାଗି ଯାଇଥିଲା  । ଏହାକୁ ନେଇ ଲୋକଙ୍କ ମନରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଥିଲା  । ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ  ।