ଏକ ତରଫା ପ୍ରେମର କରୁଣ ପରିଣତି : ଫଟୋ ଭାଇରାଲ ପରେ ଜୀବନ ହାରିବାକୁ ଉଦ୍ୟମ

ନବରଙ୍ଗପୁର : ମାନସିକ ଓ ଶାରୀରିକ ନିର୍ଯ୍ୟାତନା ସହି ନପାରି ଛାତ୍ରୀଙ୍କ ବିଷଖାଇ ଆତ୍ମହତ୍ୟା ଉଦ୍ୟମ  । ଛାତ୍ରୀ ଜଣକ ମୁର୍ତୁ୍ୟ ସହ ସଂଗ୍ରାମ କରୁଥିବା ବେଳେ, ପରିବାର ଲୋକ ନିଜ ଝିଅକୁ ବଞ୍ଜାଇବାକୁ ଚେଷ୍ଟା କରି ବିଭିନ୍ନ ଚିକସôାଳୟରେ ଚିକିସôା କରି ଶେଷରେ ନିରାଶ ହୋଇ ଫେରିଥିଲେ  । ଆଜି ପୁଣି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଧିକ ଚିକିସôା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇ ପୀଡିତାଙ୍କୁ ଓଟିରେ ଭର୍ତି କରାଯାଇଥିଲ  । ଖବର ପାଇ କଂଗ୍ରେସର ଏକ ପ୍ରତିନିଧି ଦଳ ଓଟି ସମ୍ମୁଖରେ ଧାରଣା ଦେବାସହ ଘଟଣାରେ ଜଡିତ ସମସ୍ତଙ୍କୁ ଗିରଫ କରିବା ସହ କାର୍ଯ୍ୟରେ ଅବହେଳା କରିଥିବା ଜୟପୁର ପୁଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ପୀଡିତାଙ୍କୁ ଉଚ୍ଚ ଚିକିସôା ପାଇଁ ଏମ୍ସକୁ ପଠାଯିବାକୁ ଦାବି କରିଥିଲେ  । ବିଷ ପ୍ରଭାବରେ ପୀଡିତାଙ୍କ ଦୁଇଟି କୀଡୀନି ଖରାପ ହୋଇ ଯାଇଛି । ଅଭିଯୁକ୍ତଙ୍କୁ ଧରିବା ପୁଲିସ ପକ୍ଷରୁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ଏଏସପି ଆଦିତ୍ୟ ସେନ ପ୍ରକାଶ କରିଛନ୍ତି । ସମାଜ ସେବୀ କାଦମ୍ବନୀ ତ୍ରିପାଠୀ ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ପିଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଏମ୍ସ ସ୍ଥାନାନ୍ତର କରାଯାଇଛି  । ପୀଡିତା ଙ୍କ ସହ ତାଙ୍କ ପରିବାର ଓ ଡାକ୍ତରୀ ଦଳ ଯାଇଛନ୍ତି । 
 ସୂଚନା ଅନୁଯାୟୀ ରାଇଘର ଅଞ୍ଚଳର ଝିଅ ଜୟପୁର ଠାରେ ଏକ କଲେଜ ରେ ବିଏସସି ନର୍ସିଙ୍ଗ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ ହଷ୍ଟେଲ ରହି ପାଠ ପଢୁଥିଲେ, ଝିଅ ର ପୋଡ଼ଶୀ ଗ୍ରାମର ପୁଅ ସତ୍ୟଜିତ ସରକାର କୃଷି ବିଜ୍ଞାନ ଛାତ୍ର ପୀଡିତା ଛାତ୍ରୀକୁ ଏକ ତୋରଫା ପ୍ରେମ କରୁଥିଲେ ପୀଡିତା ଙ୍କୁ ଏଥି ପାଈଁ ବାରମ୍ବାର ହଇରାଣ କରୁଥିଲେ । ଗତ ଜୁଲାଇ ୧୩ ତାରିଖ ଦିନ ଜୟପୁର ସହରରେ ଛାତ୍ରୀ ଜଣକ ବଜାରକୁ ସଉଦା କିଣିବାକୁ ଯାଇଥିବା ବେଳେ ସତ୍ୟଜିତ ମଝି ରାସ୍ତାରେ ଛାତ୍ରୀଙ୍କୁ ମାରପିଟ କରିଥିଲେ  । ଯାହାଫଳରେ ଛାତ୍ରୀ ଜଣଙ୍କର ଆଖି ଓ ମୁହଁ ଫୁଲି ଯାଇଥିଲା  । ଜୟପୁର ଟାଉନ ଥାନାରେ ପୁଲିସ ଉଭୟଙ୍କୁ ବୁଝାସୁଝା କରି ଛାଡିଦେଇଥିଲେ । ୧୫ ଜୁଲାଇ ରେ ଜୟପୁର ଟାଉନ ଥାନାରେ ପୀଡିତା ଲିଖିତ ଅଭିଯୋଗ କରିଥିଲେ  । ଜୟପୁର ପୁଲିସ ଘଟଣାକୁ ହାଲୁକା ଭାବେ ନେଇ ସତ୍ୟଜିତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ । ସତ୍ୟଜିତ ପୀଡିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କ କିଛି ଫୋଟ ଓ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରଲ କରିଥିଲେ । ଏଥିରେ ପୀଡିତା ଲୋକଲଜ୍ୟା ସହି ନ ପାରି ୧୭ ଜୁଲାଇ ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ  । ଘର ଲୋକ ଜାଣି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର, କୋଣ୍ଡାଗାଁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଓ ଅବସ୍ଥା ଗୁରୁତର ହେବାରୁ ରାୟପୁର ନେଇଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ରେ କୌଣସି ଉନ୍ନତି ନ ହେବା ଯୋଗୁଁ ୨୧ଜୁଲାଇ ରେ ଚିକିସôାଳୟ ପକ୍ଷରୁ ଘରକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ  । ପିଡୀତା ପରିବାର ଆଜି ନବରଙ୍ଗପୁର ଡାକ୍ତରଖାନରେ ଆଡମିଟ କରିଥିଲେ   । ପୀଡିତାଙ୍କ ଦାଦା ରାୟଘର ଥାନାରେ ଲିଖିତ ଅଭିଯୋଗ ପରେ ରାଇଘର ପୁଲିସ ପୀଡିତା ଷ୍ଟେଟମଣ୍ଟ (ଜମାନବନ୍ଦୀ) ନେଇ ଅଭିଯୁକ୍ତ ଓ ସହଯୋଗୀଙ୍କୁ ଗିରଫ କରିଛନ୍ତି  ।