ମାଟ୍ରିଜ୍ ଓ ପିମାର୍କ ଆକଳନ : ମହାରାଷ୍ଟ୍ରରେ ବିଜେପି ସରକାର
maharastra govt
ଭୁବନେଶ୍ୱର : ମାଟ୍ରିଜର ଆକଳନ ଅନୁଯାୟୀ ମହାରାଷ୍ଟ୍ରରେ ବିଜେପି ସରକାର ଗଢ଼ିବ । ବିଜେପି ମେଣ୍ଟକୁ ୧୫୦ରୁ ୧୭୦ ଆସନ ମିଳିବାର ସମ୍ଭାବନା ରହିଛି । ସେଠାରେ ମ୍ୟାଜିକ ଅଙ୍କ ହେଉଛି ୧୪୫ । ସେହିପରି ଏମଭିଏକୁ ୧୧୦ରୁ ୧୩୦ ଆସନ ମିଳିବାର ଥିବାବେଳେ ଅନ୍ୟ ଦଳକୁ ୮ରୁ ୧୦ ଆସନ ମିଳିବ । ଅପରପକ୍ଷରେ ପି ମାର୍କର ଆକଳନ ଅନୁଯାୟୀ ବିଜେପି ମେଣ୍ଟକୁ ୧୩୭ରୁ ୧୫୭ ଆସନ ମିଳିବ । ଯେତେବେଳେକି ଏମଭିଏକୁ ୧୨୬ରୁ ୧୪୬ ଆସନ ମିଳିବାର ସମ୍ଭାବନା ରହିଛି । ଅନ୍ୟ ଦଳଗୁଡ଼ିକୁ ୨ରୁ ୮ ଆସନ ମିଳିବ । ଗାଏମୋଟ ଦେଖିଲେ ସେଠାରେ କଡ଼ା ଟକ୍କର ହେଉଛି ବୋଲି ଏକଜିଟ ପୋଲରୁ ଜଣାପଡ଼ିଛି ।
ହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ଶେଷ ହୋଇଛି । ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍ ବାହୁଡ଼ା ମତ ନେଇ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ବି ପ୍ରକାଶ ପାଇଛି । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ଥିବାବେଳେ ଝାରଖଣ୍ଡରେ ରହିଛି ୮୧ ଆସନ । ଉଭୟ ମହାରାଷ୍ଟ୍ର ଓ ଝାରଖଣ୍ଡ ଇଣ୍ଡି ମେଣ୍ଟ ଓ ଏନଡ଼ିଏ ମେଣ୍ଟ ପାଇଁ ସମ୍ମାନର ପ୍ରଶ୍ନ । ଗତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏନଡ଼ିଏ ଜିତିଥିଲେବି ପରେ ଶିବସେନା କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଢ଼ିଥିଲା । କିନ୍ତୁ ଅମିତ ଶାହାଙ୍କ ଗୋଟି ଚାଳନାରେ ଶିବସେନା ଓ ଏନସିପି ଭାଙ୍ଗିଯିବା ସହ ନୂଆ ରାଜନୀତିକ ମେଣ୍ଟ ସୃଷ୍ଟି ହୋଇଥିଲା । ସେହିପରି ଝାରଖଣ୍ଡରେ ହେମନ୍ତ ସୋରେନଙ୍କ ସରକାର ଥିବାବେଳେ ବିଜେପି ସରକାରକୁ ଫେରିବା ପାଇଁ ଜୋରଦାର ଉଦ୍ୟମ କରିଥିଲା । ହେମନ୍ତଙ୍କୁ ଦୁର୍ନୀତି ଅଭିଯୋଗରେ ଜେଲ୍ ଯିବାକୁ ମଧ୍ୟ ପଡ଼ିଥିଲା ।