ମହାକାଶରେ ଶୁଭାଂଶୁଙ୍କୁ ଫେୟାରୱେଲ୍ : ଆଜି ବାହାରିବେ, କାଲି ପହଞ୍ଚôବେ
ନୂଆଦିଲ୍ଲୀ:ଦୀର୍ଘ ୧୮ ଦିନର ରହଣି ପରେ ଆସନ୍ତାକାଲି ମହାକାଶରୁ ପୃଥିବୀ ମୁହାଁ ହେବେ ଭାରତୀୟ ମହାକାଶଚାରୀ ତଥା ଆକ୍ସିଅମ୍-୪ର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା । ଆଜି ତାଙ୍କୁ ସେଠାରେ ଆଇଏସ୍ଏସ୍ କ୍ରୁ ସଦସ୍ୟଙ୍କ ପକ୍ଷରୁ ଫେୟାରୱେଲ୍ ଦିଆଯାଇଥିଲା । ଏ ଅବସରରେ ଶୁଭାଂଶୁ କହିଛନ୍ତି ଆଜି ବି ମହାକାଶରୁ ଭାରତ ଅତ୍ୟନ୍ତ ମହତାକାଂକ୍ଷୀ, ନିର୍ଭିକତା, ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ଭଳି ପରିଲକ୍ଷିତ ହେଉଛି । ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ଉକ୍ତିକୁ ଦୋହରାଇ ସର୍ବୋପରି ଭାରତ ଆଜି ବି ‘ସାରେ ଜହାଁ ସେ ଆଚ୍ଛା....’ ଦିଶୁଛି ବୋଲି କହିଛନ୍ତି । ତେବେ ଆସନ୍ତାକାଲି ଅର୍ଥାତ ସୋମବାର ଶୁକ୍ଳା ଆଇଏସ୍ଏସ୍ରୁ ଅକ୍ସିଅମ୍ -୪ ମିଶନ୍ ଅନ୍ଡକ୍ ହେବାକୁ ଥିବା ବେଳେ ମଙ୍ଗଳବାର ସେ ପୃଥିବୀପୃଷ୍ଠରେ ତଥା କାଲିଫର୍ଣ୍ଣିଆ ଉପକୂଳରେ ଅବତରଣ କରିବେ ।
ଅବସରକାଳୀନ ସମ୍ବର୍ଦ୍ଧନା ପରିପ୍ରେକ୍ଷୀରେ ସେ ଆହୁରି କହିଛନ୍ତି, ଜୁନ୍ ୨୬ରୁ ଆଜି ପର୍ଯ୍ୟନ୍ତ ଯାତ୍ରା ମୋ ପାଇଁ ଏକ ସ୍ମୃତି ହୋଇ ରହିବ । ନିଶ୍ଚିତ ଭାବେ ଏହା ମୋ ପାଇଁ ଏକ ଚମକ୍ରାର ଓ ଉକ୍ରଣ୍ଠାପୂର୍ଣ୍ଣ ଯାତ୍ରାର ସ୍ମୃତି ହୋଇ ରହିବ । ଏହାସହ ସେ ଏଠାରୁ ଗ୍ରହଣ କରିଥିବା ଅଭିଜ୍ଞତା, ଅନୁଭବ ଓ ଅନ୍ୟାନ୍ୟ ଶୈକ୍ଷିକ ପରିବେଶ ସମ୍ପର୍କରେ ସେ ଭାରତବାସୀଙ୍କୁ ଜଣାଇବେ । ଯାହା ଆଗାମୀ ଦିନରେ ଭାରତର ମହାକାଶ ଅଭିଯାନ ଆହୁରି ସଫଳତା ଆଡ଼କୁ ଅଗ୍ରସର ହେବ । ଏହି ଯାତ୍ର ପରେ ତାଙ୍କର ଅକ୍ସିଅମ୍-୪ ମିଶନ ଶେଷ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ସେ ପୃଥିବୀକୁ ଫେରିବାକୁ ଉକ୍ରଣ୍ଠା ଅଛନ୍ତି ବୋଲି କହିଛନ୍ତି । ତେବେ ତାଙ୍କ ସହ ପୂର୍ବରୁ ଯାଇଥିବା ଅନ୍ୟ ତିନି ମହାକାଶଚାରୀ ମଧ୍ୟ ମଙ୍ଗଳବାର ତାଙ୍କ ସହ ପୃଥିବୀ ଫେରୁଛନ୍ତି ।