ଶହେ ଥର ଇସ୍ତଫା ଦେବାକୁ ମୁଁ ପ୍ରସ୍ତୁତ : ପ୍ରଭାତୀ ପରିଡା

ବଳଙ୍ଗା ପୀଡିତାଙ୍କ ମୃତୁ୍ୟରେ ଇସ୍ତଫା ଦାବିକୁ ନେଇ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ଯଦି ମୋ ଇସ୍ତଫା ବଦଳରେ ବଳଙ୍ଗା ପୀଡିତାଙ୍କ ଜୀବନ ଫେରି ପାରିବ ତାହେଲେ ମୁଁ ପ୍ରସ୍ତୁତ । ମୁଁ ଥରେ ନୂହେଁ ଶହେ ଥର ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି ମତ ରଖିଛନ୍ତି ପ୍ରଭାତୀ । ମାତ୍ର ମୃତକଙ୍କ ପରିବାରକୁ ନେଇ ରାଜନୀତିକୁ ମୁଁ ପସନ୍ଦ କରେନାହିଁ ।