ଅଜଣା ପାର୍ସଲକୁ ନେଇ ଟ୍ରେନ୍‌ରେ ଆତଙ୍କ 

ଭୁବନେଶ୍ୱର : ଟ୍ରେନ୍‌ରେ ଏକ ଅଜଣା ପାର୍ସଲକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ  ଆତଙ୍କ ସୃଷ୍ଟି ଦେଖାଦେଇଛି । ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲକୁ ନେଇ ଆତଙ୍କ । ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ କେହି ଜଣ ଏକ ପାର୍ସଲ ରଖି ଚାଲିଯାଇଛି । ଅଜଣା ପାର୍ସଲକୁ ଦେଖି ଯ୍ରାତୀମାନଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । ପରେ ଝାଡଖଣ୍ଡରେ ଆରପିଏଫ୍‌ ପକ୍ଷରୁ ତନାଘନା କରାଯାଇଥିଲା । ତନାଘନା ପରେ ମଧ୍ୟ ପାର୍ସଲଟି କାହାର କେହି ଜଣା ପଡ଼ିନାହିଁ । ପର୍ସେଲ ମଧ୍ୟରେ କଣ ରହିଛି ତାହା ଏବେ  ସନ୍ଦେହ ଘେରାରେ ଅଛି । କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହା ରଖିଛି ତାହା ଜଣା ପଡ଼ି ନାହିଁ ।